ଓଡ଼ିଶାଲାଇଭ୍ ବ୍ୟୁରୋ

ଡିସେମ୍ବର ୧୫ ତାରିଖରୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦିନିକିଆ ସିରିଜ୍ ଆରମ୍ଭ ହେବ। ଏଥିପାଇଁ ଭାରତୀୟ ଦଳରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଦଳରେ ବ୍ୟାଟ୍ସମ୍ୟାନ ଶିଖର ଧାୱନଙ୍କ ବଦଳରେ ମୟଙ୍କ ଅଗ୍ରୱାଲଙ୍କୁ ସାମିଲ କରାଯାଇଛି।

ଶିଖର ଧାୱନଙ୍କ ଆଣ୍ଠୁରେ ଲାଗିଥିବା ଆଘାତ ଭଲ ନହେବା କାରଣରୁ ତାଙ୍କୁ ଦଳରୁ ବାହାର କରିଦିଆଯାଇଛି। ପୂର୍ବରୁ ମଧ୍ୟ ଧାୱନଙ୍କୁ ଟି-୨୦ସିରିଜରୁ ବାଦ୍ ଦିଆଯାଇଥିଲା। ତେବେ ତାଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଥିଲା। କିନ୍ତୁ ତାଙ୍କର ଆହତ ସମସ୍ୟାରେ ସୁଧାର ନଆସିବା କାରଣରୁ ତାଙ୍କୁ ଦିନିକିଆ ଦଳରୁ ମଧ୍ୟ ବାଦ୍ ଦିଆଯାଇଛି।

ଗତ କିଛି ଦିନ ଧରି ମୟଙ୍କ ଟେଷ୍ଟରେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ତେଣୁ ତାଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି ବୋଲି କୁହାଯାଇଛି।

Comment