ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ: ନୂଆ କରି ଦାୟିତ୍ୱ ଗ୍ରହଣ କରିଥିବା ପୋଲିସ ଡିଜି ଅଭୟ ସିଂହ ଶୁକ୍ରବାର ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ତାଙ୍କ ମନକୁ ଶାନ୍ତି ଓ ଆନନ୍ଦ ଫେରି ଆସିଛି ବୋଲି କହିଛନ୍ତି ପୋଲିସ ଡିଜି ଅଭୟ ସିଂହ।

ଶୁକ୍ରବାର ପୋଲିସ୍ ଡିଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପୁରୀ ଯାଇଥିଲେ। ଶ୍ରୀମନ୍ଦିର ସିଂହଦ୍ୱାର ପାଖରେ ପୁରୀ ଏସପି ଉମାଶଙ୍କର ଦାସ ପୋଲିସ ଡିଜିଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସେମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

Comment