ଓଡ଼ିଶାଲାଇଭ୍ ବ୍ୟୁରୋ

ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। ଆହତ ଜନିତ କାରଣରୁ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି ଦ୍ରୁତ ବୋଲର ଭୁବନେଶ୍ୱର କୁମାର।

ଆସନ୍ତା ଡିସେମ୍ବର ୧୫ ତାରିଖରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ଦିନିକିଆ ସିରିଜ ଖେଳିବ। ତେବେ ସିରିଜ ଆରମ୍ଭ ହେବା ପୂର୍ବରୁ ଖେଳାଳିଙ୍କ ଆହତ ସମସ୍ୟା ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଶୁକ୍ରବାର ଏଥିପାଇଁ ଦଳରୁ ବାଦ ପଡ଼ିଛନ୍ତି ଭୁବନେଶ୍ୱର କୁମାର। ତାଙ୍କ ବଦଳରେ ଦଳରେ ଦ୍ରୁତ ବୋଲର ସାର୍ଦ୍ଦୁଳ ଠାକୁରଙ୍କୁ ସାମିଲ କରାଯିବ ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାୱନ ମଧ୍ୟ ଆହତ ସମସ୍ୟା ହେତୁ ଦଳରୁ ବାଦ୍ ପଡ଼ିସାରିଛନ୍ତି। ଧାୱନଙ୍କ ବଦଳରେ ଦଳରେ ମୟଙ୍କ ଅଗ୍ରୱାଲରଙ୍କୁ ସାମିଲ କରାଯାଇଛି।

Comment