ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷିଣ କୋରିଆ ସ୍ମାର୍ଟଫୋନ ନିର୍ମାତା କମ୍ପାନି ସାମସଙ୍ଗ ଦୁଇଟି ନୂଆ ସ୍ମାର୍ଟଫୋନ ଲଞ୍ଚ୍‌ କରିଛି। Galaxy A71 ଏବଂ Galaxy A51। ଏହି ଦୁଇଟି ସ୍ମାର୍ଟଫୋନ୍‌ରେ କମ୍ପାନି Infinity-O ଡିସ୍‌ପ୍ଲେ ଦେଇଛି। ଏଥିରେ କ୍ୱାଡ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଥିବା ବେଳେ ଆଣ୍ଡ୍ରଏଡ୍‌ ୧୦ର ଅପରେଟିଂ ସିଷ୍ଟମ ମିଳିବ।

ପୂର୍ବରୁ ଲଞ୍ଚ୍‌ ହୋଇଥିବା ଗାଲାକ୍ସି ଏ୫୦ର ଅପଗ୍ରେଡେଡ୍‌ ଭର୍ସନ ହେଉଛି ଗାଲାକ୍ସି ଏ୫୧। ସେହିପରି ଗାଲାକ୍ସି ଏ୭୦ର ଅପ୍‌ଗ୍ରେଡେଡ୍‌ ଭର୍ସନ ହେଉଛି ଗାଲାକ୍ସି ଏ୭୧। କମ୍ପାନି ପକ୍ଷରୁ ଏହି ଦୁଇଟି ନୂଆ ସ୍ମାର୍ଟଫୋନକୁ ଭିଏତ୍‌ନାମରେ ଲଞ୍ଚ୍‌ କରାଯାଇଛି। ତେବେ ଖୁବ୍‌ଶୀଘ୍ର ଭାରତରେ ମଧ୍ୟ ଏହା ଲଞ୍ଚ୍‌ ହୋଇପାରେ ବୋଲି ଶୁଣିବାକୁ ମିଳୁଛି।

Galaxy A51 ସ୍ମାର୍ଟଫୋନର 6GB + 128GB ଭାରିଏଣ୍ଟର ମୂଲ୍ୟ ଭାରତୀୟ ମୁଦ୍ରା ଅନୁଯାୟୀ ୨୪,୫୦୦ ଟଙ୍କା ରହିଛି। ଏହାରୁ ୩ଟି ଭାରିଏଣ୍ଟ ବଜାରକୁ ଆସିଛି। ତେବେ Galaxy A71 ସ୍ମାର୍ଟଫୋନ୍‌ର ମୂଲ୍ୟ ବିଷୟରେ ଅନ୍ତର୍ଜାତୀୟ ବଜାରରେ କୌଣସି ସୂଚନା ଦିଆଯାଇନାହିଁ। ଏହାର 6GB ଏବଂ 8GBର ୨ଟି ମେମୋରୀ ଭାରିଏଣ୍ଟ ବଜାରରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି।

ସାମସଙ୍ଗ Galaxy A51ର ସ୍ପେସିଫିକେସନ

  • ୬.୫ ଇଞ୍ଚ୍ ବିଶିଷ୍ଟ ଫୁଲ୍‌ ଏଚ୍‌ଡି ପ୍ଲସ୍‌ ଡିସ୍‌ପ୍ଲେ
  • ୧୦୮୦x୨୪୦୦ ପିକ୍ସେଲ ଡିସ୍‌ପ୍ଲେ
  • ୪୮ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା
  • ୩୨ ମେଗାପିକ୍ସେଲ ସେଲ୍‌ଫି କ୍ୟାମେରା
  • ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ
  • ୧୫ ୱାଟ୍‌ ଫାଷ୍ଟ ଚାର୍ଜିଂ ସପୋର୍ଟ

ସାମସଙ୍ଗ Galaxy A71ର ସ୍ପେସିଫିକେସନ

  • ୬.୭ ଇଞ୍ଚ୍ ବିଶିଷ୍ଟ ଫୁଲ୍‌ ଏଚ୍‌ଡି ପ୍ଲସ୍‌ ଡିସ୍‌ପ୍ଲେ
  • ୧୦୮୦x୨୪୦୦ ପିକ୍ସେଲ ଡିସ୍‌ପ୍ଲେ
  • ଅକ୍ଟାକୋର ପ୍ରୋସେସର
  • ୬୪ ମେଗାପିକ୍ସେଲ ପ୍ରାଇମେରୀ କ୍ୟାମେରା
  • ୩୨ ମେଗାପିକ୍ସେଲ ସେଲ୍‌ଫି କ୍ୟାମେରା
  • ୪,୫୦୦ ଏମ୍‌ଏଏଚ୍‌ ବ୍ୟାଟେରୀ
  • ୧୨ ୱାଟ୍‌ ଫାଷ୍ଟ ଚାର୍ଜିଂ ସପୋର୍ଟ

Comment