ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଏମ୍‌ସି ପକ୍ଷରୁ ପରିବେଶ ପ୍ରଦୂଷଣ ରୋକିବାକୁ ଅଭିନବ ପ୍ରୟାସ। ଡିସେମ୍ଵର ୧୬ ତାରିଖରୁ ଅଧ କିଲୋ ପ୍ଲାଷ୍ଟିକ ଦେଇ ଆହାର ମିଲ୍‌ ଖାଇ ପାରିବେ। ବିଏମ୍‌ସି ଅଧିନରେ ଥିବା ୧୧ଟି ଆହାର କେନ୍ଦ୍ରରେ ଏହି ସୁବିଧା ମିଳିବ। ୧୬ ତାରିଖରେ ଏହାକୁ ଶୁଭାରମ୍ଭ କରିବେ ବିଏମ୍‌ସି କର୍ତ୍ତୃପକ୍ଷ।

ୟୁଏନ୍‌ଡିପି ଓ ଟଚ୍‌ ଷ୍ଟୋନ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ବିଏମ୍‌ସି ଏହି ଯୋଜନା କରୁଛି। ଏଣିକି ଆହାର କେନ୍ଦ୍ରରେ ଖାଇବା ପାଇଁ ୫ ଟଙ୍କା ବଦଳରେ ଅଧ କେଜି ପ୍ଲାଷ୍ଟିକ ମଧ୍ୟ ଦେଇପାରିବେ।

ଭୁବନେଶ୍ଵର ସମେତ ରାଜ୍ୟର ଅନ୍ୟ ସହରାଞ୍ଚଳରେ ସୁଲଭ ମୂଲ୍ୟରେ ଖାଦ୍ୟ ଯୋଗାଇ ଦେବାକୁ ରାଜ୍ୟ ସରକାର ଏହି ଯୋଜନା ଆରମ୍ଭ କରିଥିଲେ। ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ଡାକ୍ତରଖାନାମାନଙ୍କରେ ଏହି ଆହାର କେନ୍ଦ୍ର ଖୋଲାଯାଇଥିଲା।

Comment