ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘ଭାରତ ବଞ୍ଚାଅ’ ରାଲିରେ ମୋଦୀଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା।

ସୋନିଆ ଗାନ୍ଧୀ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ହେବା ପରେ କଂଗ୍ରେସ ଆଜି ପ୍ରଥମ ଥର ପାଇଁ ତାକତ୍‌ ଦେଖାଇଛି। ଦିଲ୍ଲୀ ରାମଲୀଳା ମଇଦାନରୁ କଂଗ୍ରେସ ମୋଦୀ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଇଛି। ‘ଭାରତ ବଞ୍ଚାଅ’ ରାଲି ଆୟୋଜନ କରି କଂଗ୍ରେସ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛି।

କଂଗ୍ରେସର ଏହି ‘ଭାରତ ବଞ୍ଚାଅ’ ରାଲିରେ ଦେଶର ସବୁ ରାଜ୍ୟରୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ। ରାମଲୀଳା ମଇଦାନନରେ ଖଚାଖଚ୍‌ କଂଗ୍ରେସ କର୍ମୀଙ୍କ ଭିଡ଼ ଲାଗିଥିଲା। କର୍ମୀମାନଙ୍କୁ ମଞ୍ଚ ଉପରୁ ଉଦ୍‌ବୋଧନ ଦେଇଥିଲେ ସୋନିଆ, ରାହୁଲ, ପ୍ରିୟଙ୍କା ଗାନ୍ଧୀ, ମନମୋହନ ସିଂହଙ୍କ ଭଳି ଅନେକ ବରିଷ୍ଠ ନେତା। ଯିଏ ଭାଷଣ ଦେଲା ସିଏ ବିଜେପି ଉପରେ ବର୍ଷିଲା। ମୋଦୀଙ୍କ ହାତରୁ ଦେଶକୁ ସୁରକ୍ଷିତ ରଖିବା ପାଇଁ କଂଗ୍ରେସ ନେତାମାନେ ଆହ୍ୱାନ ଦେଇଥିଲେ।

ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଖତମ୍‌ କରିଦେବେ ମୋଦୀ

କଂଗ୍ରେସର ଭାରତ ବଞ୍ଚାଅ ରାଲିରେ ମୁଖ୍ୟ ପ୍ରସଙ୍ଗ ଥିଲା ଦେଶର ଅର୍ଥ ବ୍ୟବସ୍ଥା। ରାହୁଲ ଗାନ୍ଧୀ ଯେତେବେଳେ ଭାଷଣ ଦେଲେ ସେତେବେଳେ ସେ ଏହି ପ୍ରସଙ୍ଗକୁ ନେଇ ମୋଦୀଙ୍କ ଉପରେ ସିଧା ବର୍ଷିଥିଲେ।

‘‘ପୂର୍ବରୁ ଦେଶର ଶକ୍ତି ଏବଂ ଆତ୍ମା ଥିଲା ଅର୍ଥ ବ୍ୟବସ୍ଥା। ସାରା ବିଶ୍ୱର ନଜର ଭାରତୀୟ ଅର୍ଥନୀତି ଉପରେ ରହିଥିଲା। ହିନ୍ଦୁସ୍ତାନରେ କ’ଣ ହେଉଛି ତାକୁ ସମସ୍ତେ ଅନୁକରଣ କରୁଥିଲେ। ହେଲେ ଆଜି ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି। ପିଆଜ ଦର ଆକାଶଛୁଆଁ ହୋଇଛି। ଭାରତର ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ପଛରେ କେବଳ ନରେନ୍ଦ୍ର ମୋଦୀ ହିଁ ଦାୟୀ’’, କହିଥିଲେ ରାହୁଲ।

‘‘ଗତ ଦୁଇ ବର୍ଷ ତଳେ ମୋଦୀ ରାତି ୮ଟାରେ ଟିଭି ପରଦାକୁ ଆସିଲେ। ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏମିତି ଚୋଟ ମାରିଲେ ଯେ ତାହା ଏପର୍ଯ୍ୟନ୍ତ ଠିକ୍‌ ହୋଇପାରୁ ନାହିଁ। କଳାଧନ ବିରୋଧରେ ଏହା ଲଢ଼େଇ ବୋଲି ମୋଦୀ କହିଥିଲେ। ଦେଶର ମା’ ଭଉଣୀ ଏବଂ ଯୁବକମାନଙ୍କ ଆକାଉଣ୍ଟରୁ ପଇସା ଆଣି ମୋଦୀ ଶିଳ୍ପପତିମାନଙ୍କୁ ଦେଇଦେଲେ। ମନମୋହନ ସିଂ କହିଥିଲେ ବିନା ପାଇଲଟ ପ୍ରୋଜେକ୍ଟରେ ଜିଏସ୍‌ଟି ଶୁଭାରମ୍ଭ କରାନଯାଉ। କିନ୍ତୁ ମୋଦୀ ଶୁଣିଲେ ନାହିଁ। ଏହି ଜିଏସ୍‌ଟି ପାଇଁ ବୋରାଜଗାରୀ ସଂଖ୍ୟା ବଢ଼ିଛି। ଦେଶର ଜିଡିପି ହାର କମୁଛି। ଭାରତୀୟ ଅର୍ଥ ବ୍ୟବସ୍ଥାକୁ କେବଳ ମୋଦୀ ହିଁ ନଷ୍ଟ କରୁଛନ୍ତି’’, କହିଥିଲେ ରାହୁଲ।

ପ୍ରିୟଙ୍କା ବି କଲେ ମୋଦୀଙ୍କୁ ଟାର୍ଗେଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାହୁଲଙ୍କ ପରି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବି ବାଣ ମାରିଛନ୍ତି। ମୋଦୀଙ୍କ ଶାସନ କାଳରେ ବେରୋଜଗାରୀ ସଂଖ୍ୟା ବଢ଼ିଥିବା ବେଳେ ପିଆଜ କିଲୋ ୧୦୦ ଟଙ୍କାରେ ପହଞ୍ଚିଛି।

‘‘ଦେଶ ସାରା ଅନ୍ୟାୟ, ଦୁର୍ନୀତି ବଢ଼ି ଚାଲିଛି। ଗରିବଙ୍କ ଉପରେ ସମସ୍ୟାର ପାହାଡ଼ ଲଦି ଦିଆଯାଉଥିବା ବେଳେ ଧନୀକ ଶ୍ରେଣୀର ଲୋକମାନଙ୍କ ଋଣ ମାଫ୍‌ କରାଯାଉଛି। ଭାରତର ସ୍ୱତନ୍ତ୍ରତା, ସ୍ୱାଧୀନତା ଏବଂ ସ୍ୱାଭିମାନକୁ ବଜାୟ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ।

ଗତ ସାଧାରଣ ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ପରାଜୟର ବୋଝ ନିଜ ମୁଣ୍ଡକୁ ନେଇ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ସୋନିଆ ଗାନ୍ଧୀ ଅନ୍ତରୀଣ ଅଧ୍ୟକ୍ଷା ହୋଇଥିଲେ। ସୋନିଆ ମଙ୍ଗ ଧରିବା ପରେ କଂଗ୍ରେସ ଦିଲ୍ଲୀରେ ମୋଦୀ ସରକାରଙ୍କ ବିରୋଧରେ ରଣହୁଙ୍କାର ଦେବାକୁ ସମର୍ଥ ହୋଇଛି।

Comment