ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ: ଡିସେମ୍ଵର ୧୬ ତାରିଖରେ ପବିତ୍ର ଧନୁ ସଂକ୍ରାନ୍ତି। ଏନେଇ ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ସବୁଦିନ ଏହି ନୀତି ଚାଲିବ। ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ପହିଲି ଭୋଗ ନୀତି ଚୂଡ଼ାନ୍ତ ହୋଇଛି। ଆସନ୍ତା ୨୫ ତାରିଖରେ ସୂର୍ଯ୍ୟପରାଗ ଥିବାରୁ ଏହି ଦିନ ଶୀଘ୍ର ନୀତି ସାରିବାକୁ ନିଷ୍ପତ୍ତି ହୋଇଛି। ସଅଳ ନୀତି ସାଙ୍ଗକୁ ସଅଳ ଅବଢ଼ା ବି ବାହାରିବ।

ଅନ୍ୟପକ୍ଷରେ ଆସନ୍ତା ୨୦ ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବା ନେଇ ତାରିଖ ମଧ୍ୟ ଧାର୍ଯ୍ୟ ହୋଇଛି।

ନିର୍ଘଣ୍ଟ ନୀତି ଅନୁଯାୟୀ ଡିସେମ୍ବର ୧୬ରୁ ଜାନୁଆରି ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପହିଲି ଭୋଗ ପାଇଁ ପ୍ରତିଦିନ ରାତି ୩ଟାରୁ ଶ୍ରୀମନ୍ଦିରରେ ଦ୍ଵାର ଫିଟା ନୀତି ଅନୁଷ୍ଠିତ ହେବ। ସେହିଭଳି ରାତି ୧୧ଟାରେ ପ୍ରତ୍ୟହ ପହୁଡ଼ ହେବ। କେବଳ ଡିସେମ୍ବର ୩୧ରେ ସଅଳ ପହୁଡ଼ ଓ ନୂଆ ବର୍ଷ ଦିନ ସଅଳ ଦ୍ଵାରଫିଟା ନୀତି ଅନୁଷ୍ଠିତ ହେବ।

Comment