ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ସପ୍ତାହରେ ସ୍ମାର୍ଟଫୋନ ନିର୍ମାତା କମ୍ପାନି ଏଚ୍‌ଏମ୍‌ଡି ଗ୍ଲୋବଲା Nokia 2.3 ସ୍ମାର୍ଟଫୋନର ପ୍ରଦର୍ଶନ କରିଥିଲା। ବର୍ତ୍ତମାନ ନୋକିଆ ମୋବାଇଲ ଇଣ୍ଡିଆର ଟୁଇଟର ଆକାଉଣ୍ଟ୍‌ରେ ଏକ ନୂଆ ସ୍ମାର୍ଟଫୋନର ଟିଜର ଜାରି କରାଯାଇଛି। ଏଥିରୁ ଜଣାଯାଉଛି ଯେ, କମ୍ପାନି Nokia 2.3 ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ୍‌ କରିବା ପ୍ରସ୍ତୁତ ହେଉଛି।

ଏହି ସ୍ମାର୍ଟଫୋନ୍‌ର ମୂଲ୍ୟ ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ ୮,୬୦୦ ଟଙ୍କା ହେବ। ଏହାକୁ ଇଜିପ୍ଟର କାଇରୋ ସହରରେ ପ୍ରଦର୍ଶନ କରାଯାଇଥିଲା। ତେବେ ଭାରତରେ ଲଞ୍ଚ ହେବା ନେଇ କମ୍ପାନି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ଟିଜର ଦେଖି ଅନୁମାନ କରାଯାଉଛି ଯେ, ଖୁବ୍‌ଶୀଘ୍ର ଏହା ଭାରତରେ ଲଞ୍ଚ୍‌ ହୋଇପାରେ।

ଏହି ସ୍ମାର୍ଟଫୋନ୍‌ରେ ଗୁଗୁଲ ଆସିଷ୍ଟାଣ୍ଟର ସ୍ୱତନ୍ତ୍ର ବଟନ ରହିବ। ଡୁଅଲ କ୍ୟାମେରା ଏବଂ ବଡ଼ ଡିସ୍‌ପ୍ଲେ ଦିଆଯିବ। ସେହିପରି ଏହି ସ୍ମାର୍ଟଫୋନ୍‌ରେ ଭଲ ବ୍ୟାଟେରୀ ମିଳିବ, ଯାହାର ଲାଇଫ୍‌ ୨ ଦିନ ରହିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

Nokia 2.3ର ଫିଚର

କାଇରୋରେ ପ୍ରଦର୍ଶନ ବେଳେ Nokia 2.3 ସ୍ମାର୍ଟଫୋନ୍‌ର ଫିଚର ବିଷୟରେ ସୂଚନା ଦିଆଯାଇଥିଲା। ଏଡି ସ୍ମାର୍ଟଫୋନରେ ରହିଛି,

  • ୬.୨ ଇଞ୍ଚ୍‌ର ଡିସ୍‌ପ୍ଲେ
  • ୨ ଜିବି ରାମ୍‌, ୩୨ ଜିବି ଇଣ୍ଟର୍ଣ୍ଣାଲ ଷ୍ଟୋରେଜ୍‌
  • MediaTek Helio A22 ପ୍ରୋସେସର
  • ଆଣ୍ଡ୍ରଏଡ୍‌ ୯
  • ୧୩ ମେଗାପିକ୍ସେଲ ରିଅର କ୍ୟାମେରା
  • ୫ ମେଗାପିକ୍ସେଲ ସେଲ୍‌ଫି କ୍ୟାମେରା
  • ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ

Comment