ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ସ୍ୱର୍ଗଦ୍ୱାର ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହୋଇଛି। ଶୁକ୍ରବାର ସ୍ୱର୍ଗଦ୍ୱାର ପରିସରରେ ଥିବା ଘରଗୁଡିକୁ ଭାଙ୍ଗି ଦିଆ ଯାଇଥିଲା। ପୁରୁଣା ଘର ଭାଙ୍ଗିବା ପରେ ଏବେ ନୂଆ ଘର ଭିତ୍ତିଭୂମି ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଫିନିକ୍ସ ଫାଉଣ୍ଡେସନ ନାମକ ଏକ କମ୍ପାନିକୁ ଏହି କାମ ଦିଆଯାଇଛି। ନୂଆ ଢାଞ୍ଚାରେ ସ୍ୱର୍ଗଦ୍ୱାର ପରିସରରେ ପ୍ରତିକ୍ଷାଳୟ, ଶୌଚାଳୟ, ପିଇବା ପାଇଁ ପାଣି ଓ ପାର୍କିଂ ପାଇଁ ଜାଗା ବ୍ୟବସ୍ଥା କରାଯାଇଛି।

ପୁରୀ ଜିଲ୍ଲାପାଳ ବଳବନ୍ତ ସିଂହ କହିଛନ୍ତି ଯେ ଏହି ସୌନ୍ଦର୍ଯ୍ୟକରଣ କାମ ଚାରି ମାସ ମଧ୍ୟରେ ଶେଷ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗଦ୍ୱାର ନବୀକରଣ ପାଇଁ ୫ କୋଟି ଟଙ୍କା ମଞ୍ଜୁର କରିଥିଲେ। ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଶେଷ ହେବା ପରେ ମହାପ୍ରସାଦ ପାଇଁ ମଧ୍ୟ ବ୍ୟବସ୍ଥା ଗ୍ରହଣ କରିବାକୁ ସ୍ଥିର ହୋଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ଅଧିକ ଅର୍ଥ ବ୍ୟବସ୍ଥା କରାଯିବ।

Comment