ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିପିଲି ଟୋଲ୍‌ ଗେଟ୍‌ରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା। ହୋଇପାରୁନି ଫାସ୍‌ଟ୍ୟାଗ୍‌ ପେମେଣ୍ଟ। ଘଣ୍ଟା ଘଣ୍ଟା ଧରି ଲାଗିଛି ଲମ୍ଵା ଲାଇନ। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଯାଇଛି। ଭିଡ଼ ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

ଡିସେମ୍ଵର ୧ ତାରିଖରେ ରାଜ୍ୟର ସମସ୍ତ ଟୋଲ୍‌ ଗେଟ୍‌ରେ ଫାସ୍‌ ଟ୍ୟାଗ୍‌ ବ୍ୟବସ୍ଥା ଲାଗୁ ହୋଇଥାନ୍ତା। ହେଲେ ଏହାକୁ ପରିବର୍ତ୍ତନ କରାଯାଇ ଡିସେମ୍ଵର ୧୫ରେ ଲାଗୁ କରାଯିବ ବୋଲି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଥିଲା। ଆଜି ଏହି ବ୍ୟବସ୍ଥା ସମସ୍ତ ଟୋଲ୍‌ ଗେଟ୍‌ରେ ଲାଗୁ ହୋଇଥିଲେ ମଧ୍ୟ ପିପିଲି ଟୋଲ୍‌ ଗେଟ୍‌ରେ ଏହା ଠିକ୍‌ରେ କାର୍ଯ୍ୟକାରୀ ହୋଇ ପାରୁ ନାହିଁ। ଫଳରେ ଲୋକ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଫାସ୍‌ ଟ୍ୟାଗ୍‌ କ’ଣ?

ଫାସ୍‌ ଟ୍ୟାଗ୍‌ ହେଉଛି ଏକ ପ୍ରକାର ଆଇଡି୍‌ କୋଡ୍‌ ସ୍ଟିକର। ଏହାକୁ ଆପଣଙ୍କ ଗାଡ଼ିର ୱିଣ୍ଡୋ ସ୍କ୍ରିନରେ ଲଗାଇବାକୁ ପଡ଼ିଥାଏ। ଏହାକୁ ଆପଣ ଯେକୌଣସି ସରକାରୀ ବ୍ୟାଙ୍କରୁ ପାଇପାରିବେ। ସେହିପରି ଆପଣଙ୍କ ବ୍ୟାଙ୍କ ୱେବସାଇଟ୍‌କୁ ଯାଇ ଅନ୍‌ଲାଇନ୍‌ରେ ମଧ୍ୟ ଫାସ ଟ୍ୟାଗ୍ ପାଇଁ ଆବେଦନ କରିପାରିବେ।

ଯେତେବେଳେ ଆପଣ ଟୋଲ୍‌ ଗେଟ୍‌ ଦେଇ ଅତିକ୍ରମ କରିଥାନ୍ତି, ଟୋଲ୍‌ ଗେଟ୍‌ରେ ଥିବା ଟ୍ୟାଗ୍‌ ରିଡର ଆପଣଙ୍କ ଗାଡ଼ିର ଫାସ୍‌ ଟ୍ୟାଗ୍‌କୁ ସ୍କାନ୍‌ କରି ଆପଣଙ୍କୁ ଚିହ୍ନଟ କରିଥାଏ।

ଫଳରେ ଫାସ୍‌ଟ୍ୟାଗ୍‌ ସହ ଯୋଡ଼ି ହୋଇଥିବା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ରୁ ଟୋଲ୍‌ ଟିକସ ଅଟୋମେଟିକ୍‌ କଟିଯିବ। ଟୋଲ୍‌ ଗେଟ୍‌ରେ ଆପଣଙ୍କୁ ଆଉ ଅଟକି ରହିବାକୁ ପଡ଼ିବ ନାହିଁ।

Comment