ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଜ୍ରକାପ୍ତା ଚୋରା ଚାଲାଣ ରୋକିବାକୁ ବନ ବିଭାଗର ନୂଆ ଯୋଜନା। ବଜ୍ରକାପ୍ତା ଚାଲାଣ ପାଇଁ ସୂଚନା ଦେଲେ ମିଳିବ ୧୦ ହଜାର ଟଙ୍କା। ରାଜ୍ୟରେ ଅନେକ ସ୍ଥାନରୁ ବଜ୍ରକାପ୍ତା ଚୋରା ଚାଲାଣ ବଢ଼ିବାର ଲାଗିଛି। ଅନେକ ସ୍ଥାନରୁ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଅନେକ ଅଭିଯୁକ୍ତ ଗିରଫ ହେବା ପରେ ଏଭଳି ପଦକ୍ଷେପ ନେଇଛି ବନ ବିଭାଗ।

ଅନେକ ସମୟରେ କଟକ ଆଠଗଡ଼ରୁ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାରେ ଦୁଇଦିନ ତଳେ ତିଗିରିଆ ଅଞ୍ଚଳରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଆଠଗଡ଼ ବନ ବିଭାଗ।। ଏହାର ଚେର ବିଦେଶ ଯାଏଁ ମଧ୍ୟ ଲମ୍ଵିଛି। ବର୍ତ୍ତମାନ ଗିରଫ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି।

ବର୍ତ୍ତମାନ ବଜ୍ରକାପ୍ତା ଚୋରା ଚାଲାଣର ସୂଚନା ବନବିଭାଗକୁ ଦେଲେ ମିଳିବ ୧୦ ହଜାର ଟଙ୍କା। ଚାଲାଣକାରୀଙ୍କ ଫଟୋ ଥାନା ଓ ବନଖଣ୍ଡ କାର୍ଯ୍ୟାଳୟରେ ଲଗାଯିବ। ଏନେଇ ଆଠଗଡ଼ ଡିଏଫ୍‌ଓ ସସ୍ମିତା ଲେଙ୍କା  ସୂଚନା ଦେଇଛନ୍ତି।

Comment