ଓଡ଼ିଶାଲାଇଭ୍ ବ୍ୟୁରୋ

ଭିନ୍ନ ଭିନ୍ନ ଖାଇବା ପାଇଁ ଓଡ଼ିଶା ବେଶ୍‌ ପ୍ରସିଦ୍ଧ। ଏହାର ପରମ୍ପରା ଯେତିକି ନିଆରା, ଖାଦ୍ୟ ସେତିକି ନିଆରା। ତେବେ, ଘରେ ପ୍ରସ୍ତୁତ କରନ୍ତୁ ଏକ ଭିନ୍ନ ଷ୍ଟାଇଲ୍‌ର ମିଠା କ୍ଷୀର ଦହି ଶିରା।

ସାମଗ୍ରୀ

  • ଗୋଟେ କପ୍‌ କ୍ଷୀର
  • ଗୋଟେ କପ୍‌ ଚିନି
  • ଗୋଟେ‌ କପ୍‌ ଦହି
  • ଗୋଟେ କପ୍‌ ମିଲ୍କ ପାଉଡର
  • କାଜୁ
  • ଆଲମଣ୍ଡ
  • କିସ୍‌ମିସ୍‌
  • ଚେରି
  • ଗୋଟେ ଚାମଚ ରିଫାଇଣ୍ଡ ତେଲ

ପ୍ରଣାଳୀ

ପ୍ରଥମେ ଗ୍ୟାସ୍‌ ଲଗାଇ ଏକ ପ୍ୟାନ୍‌ ବସାଇବେ। ଏବେ ଏଥିରେ କ୍ଷୀର ପକାଇବେ। କ୍ଷୀର ଗରମ ହୋଇଗଲେ ଏବେ ଏଥିରେ ଦହି ପକାଇବେ। ଦହି ମିଶାଇବା ପରେ କ୍ଷୀର ସମ୍ପୂର୍ଣ୍ଣ ଛିଣ୍ଡିଯିବ। ଏବେ ଏଥିରେ ମିଲ୍କ ପାଉଡର ମିଶାଇବେ। ଏବେ ଏଥିରେ ଚିନି ଏବଂ ଗୋଟେ ଚାମଚ ରିଫାଇଣ୍ଡ ତେଲ ବା ଘିଅ ମିଶାଇବା। ଏବେ ଫୁଟାଇବାକୁ ଛାଡ଼ି ଦିଅନ୍ତୁ। ଦେଖିବେ ପାଣି ସମ୍ପୂର୍ଣ୍ଣ ମରିଯିବ। ଏବେ ଏଥିରେ କାଜୁ, ଆଲମଣ୍ଡ, କିସ୍‌ମିସ୍‌ ଓ ଚେରି ମିଶାଇବା। ଏବେ ପ୍ରସ୍ତୁତ ହୋଇଗଲା ସ୍ଵାଦିଷ୍ଟ କ୍ଷୀର ଦହି ଶିରା। ଏହାକୁ ଆପଣ ନିଜେ ଖାଆନ୍ତୁ ଓ ଅତିଥିମାନଙ୍କୁ ଖୁଆନ୍ତୁ।

Comment