ଓଡ଼ିଶାଲାଇଭ୍ ବ୍ୟୁରୋ
ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧିତ ଆଇନକୁ ବିରୋଧ କରି ସୋମବାର ରାଜରାସ୍ତାକୁ ଓହ୍ଲାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।ଆମ୍ବେଦକର ଷ୍ଟ୍ରିଟରୁ ଟାଗୋର ହାଉସ ପର୍ଯ୍ୟନ୍ତ ମମତାଙ୍କ ବିଶାଳ ରାଲିରେ ଶହ ଶହ ସମର୍ଥକ ଯୋଗ ଦେଇଥିଲେ।
ପଶ୍ଚିମବଙ୍ଗରେ ନାଗରିକତା ସଂଶୋଧିତ ଆଇନ ଓ ଏନଆରସି ଲାଗୁ ହେବ ନାହିଁ ହେବ ନାହିଁ କହି ମୋଦୀ ସରକାରଙ୍କୁ କଡ଼ା ଜବାବ ଦେଇଛନ୍ତ ମମତା।
ନାଗରିକତା ସଂଶୋଧିତ ଆଇନକୁ ନେଇ ଦେଶରେ ବିଭିନ୍ନ ସ୍ଥାନରେ ବିରୋଧ ଜାରି ରହିଛି। ଖାସ କରି ଉତ୍ତର ପୂର୍ବାଞ୍ଚଳ ରାଜ୍ୟରେ ଏହାକୁ ଘୋର ବିରୋଧ କରାଯାଉଛି।