ଓଡ଼ିଶାଲାଇଭ୍ ବ୍ୟୁରୋ
ଜାମିଆ ମାଲିଆ ଇସଲାମିଆ ଛାତ୍ରଛାତ୍ରୀଙ୍କ ସପକ୍ଷରେ ବାହାରିଲା କଂଗ୍ରେସ। ଆସନ୍ତାକାଲି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ରାଷ୍ଟ୍ରପତିଙ୍କୁ ଭେଟିବ। ଜାମିଆ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ପୋଲିସର ବର୍ବତା ବିରୋଧରେ ରାଷ୍ଟ୍ରପତିଙ୍କୁ ଫେରାଦ ହେବ।
ନାଗରିକତା ସଂଶୋଧନ ଆଇନ୍କୁ ବିରୋଧ କରି ଜାମିଆ ମାଲିଆ ଇସ୍ଲାମିଆ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ପୋଲିସ ସେମାନଙ୍କ ଉପରେ ଲାଠି ମାଡ଼ କରିଥିଲା। ଏହାର ପ୍ରତିବାଦରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀ ଇଣ୍ଡିଆଗେଟ୍ ସମ୍ମୁଖରେ ଧାରଣାରେ ବସିଥିଲେ।
ନାଗରିକତା ସଂଶୋଧନ ଆଇନ୍କୁ ବିରୋଧ କରି ସାରା ଦେଶରେ ନିଆଁ ଜଳୁଛି। ଉତ୍ତର ପୂର୍ବ ରାଜ୍ୟ ସମେତ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି।


















