ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ଧନୁ ସଂକ୍ରାନ୍ତି। ଆଜିଠୁ ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ଆରମ୍ଭ ହେବ। ଏହି ନୀତି ମାସେ ଧରି ଚାଲିବ। ଜାନୁଆରି ମାସ ମକର ସଂକ୍ରାନ୍ତିକୁ ଏହି ନୀତି ଶେଷ ହେବ।

ଡିସେମ୍ବର ୧୬ରୁ ଜାନୁଆରି ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପହିଲି ଭୋଗ ପାଇଁ ପ୍ରତିଦିନ ରାତି ୩ଟାରୁ ଶ୍ରୀମନ୍ଦିର ଦ୍ଵାର ଫିଟା ନୀତି ଅନୁଷ୍ଟିତ ହେବ। ସେହିପରି ରାତି ୧୧ଟାରେ ପହୁଡ଼ ପଡ଼ିବ।

ନୂଆବର୍ଷ ଭିଡ଼କୁ ଆଖି ଆଗରେ ରଖି କେବଳ ଡିସେମ୍ବର ୩୧ରେ ସଅଳ ପହୁଡ଼ ପଡ଼ିବ ଓ ନୂଆବର୍ଷ ଦିନ ସଅଳ ଦ୍ଵାରଫିଟା ନୀତି ଅନୁଷ୍ଠିତ ହେବ।

ପହିଲି ଭୋଗ ନୀତି କ’ଣ?

ପହିଲି ଭୋଗର ସ୍ୱତନ୍ତ୍ରତା ହେଉଛି, ମା’ ଲକ୍ଷ୍ମୀ ବାପ ଘରକୁ ଯାଇଥା’ନ୍ତି। ଏଥିପାଇଁ ମହାପ୍ରଭୁ ତାଙ୍କ ମା’ଙ୍କ ହାତରନ୍ଧା ଖାଦ୍ୟ ଖାଇଥା’ନ୍ତି। ପୁଅର ଭୋକ ସମ୍ଭାଳି ନ ପାରି ମା’ ଚଞ୍ଚଳ ରୋଷେଇ  ସାରି ପୁଅକୁ ଖାଇବାକୁ ଦିଅନ୍ତି। ଏଥିପାଇଁ ପହିଲି ଭୋଗ ସମୟରେ ସଅଳ ଅବଢ଼ା ମିଳେ। ଯେହେତୁ ମାଆ ସଅଳ ରୋଷେଇ ସାରି ପୁଅକୁ ଖାଇବାକୁ ଦିଅନ୍ତି, ଭକ୍ତମାନେ ବି ସଅଳ ଅବଢ଼ା ପାଇଥା’ନ୍ତି।

ପହିଲି ଭୋଗ ସମୟରେ ଅବଢ଼ାର ସ୍ଵାଦ ଭିନ୍ନ ଥାଏ।

Comment