ଓଡ଼ିଶାଲାଇଭ ବ୍ୟୁରୋ

ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ଅକ୍ଷୟ ସିଂର ରିଭ୍ୟୁ ପିଟିସନର ଶୁଣାଣିରୁ ପ୍ରଧାନ ବିଚାରପତି ଏସ୍‌ଏ ବୋବଡ଼େ ଓହରିଛନ୍ତି। ଫଳରେ ଏବେ ଅକ୍ଷୟର ରିଭ୍ୟୁ ପିଟିସନର ଶୁଣାଣିକୁ ଘୁଞ୍ଚାଯାଇଛି। ବୁଧବାର ସକାଳ ୧୦ଟା ୩୦ରେ ନୂଆ ଖଣ୍ଡପୀଠ ରିଭ୍ୟୁ ପିଟିସନର ଶୁଣାଣି କରିବେ।

ଏହି ମାମଲାରେ ବୋବଡ଼େଙ୍କ ଝିଅ ପୀଡ଼ିତାଙ୍କ ପକ୍ଷରୁ ଲଢ଼ୁଥିବାରୁ ସେ ଖଣ୍ଡପୀଠରୁ ଓହରିଛନ୍ତି।

ମୁଖ୍ୟ ବିଚାରପତି ଏସ୍‌ଏ ବୋବଡ଼େ, ଜଷ୍ଟିସ ଆର୍‌ ଭାନୁମତି, ଜଷ୍ଟିସ ଅଶୋକ ଭୂଷଣଙ୍କ ୩ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବାର ଥିଲା।

Comment