ଓଡ଼ିଶାଲାଇଭ୍ ବ୍ୟୁରୋ

ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି(ସିଜେଆଇ)। ଏ ନେଇ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ୟୁ ୟୁ ଲଳିତ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛନ୍ତି। ଆସନ୍ତା ନଭେମ୍ବର ୮ ତାରିଖରେ ୟୁ ୟୁ ଲଳିତଙ୍କର କାର୍ଯ୍ୟକାଳ ପୂର୍ଣ୍ଣ ହେବାକୁ ଯାଉଛି।

ପରମ୍ପରା ଅନୁସାରେ କାର୍ଯ୍ୟକାଳପୂର୍ଣ୍ଣ କରୁଥିବା ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଏହି ପଦବୀ ଲାଗି ଅନ୍ୟ ଜଣେ ବରିଷ୍ଠ ବିଚାରପତିଙ୍କ ନାମ ସୁପାରିଶ କରିଥାନ୍ତି। ଏହି କ୍ରମରେ ଜଷ୍ଟିସ ୟୁ ୟୁ ଲଳିତ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ନାମ ସୁପାରିଶ କରିଛନ୍ତି। ଏ ସଂକ୍ରାନ୍ତରେ ଜଷ୍ଟିସ ଲଳିତ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ପୂର୍ବରୁ ସୁପ୍ରିମକୋର୍ଟର ସମସ୍ତ ବିଚାରପତିଙ୍କ ସହ ଏକ ବୈଠକ ଡକାଇ ବିଚାରବିମର୍ଶ କରିଥିଲେ। ଏହା ପରେ ନିଜର ଉତ୍ତରାଧିକାରୀଙ୍କ ନାମ ସୁପାରିଶ କରି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ।

ଏହା ପୂର୍ବରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ୟୁ ୟୁ ଲଳିତଙ୍କୁ ପରବର୍ତ୍ତୀ ସିଜେଆଇଙ୍କ ନାମ ସୁପାରିଶ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ଜଷ୍ଟିସ ଲଳିତଙ୍କର ୭୪ ଦିବସୀୟ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ସେ ଆସନ୍ତା ନଭେମ୍ବର ୮ ତାରିଖରେ ଅବସର ଗ୍ରହଣ କରିବେ। ନଭେମ୍ବର ୯ ତାରିଖରେ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଆସନ୍ତା ଦୁଇ ବର୍ଷା ଲାଗି ସୁପ୍ରିୟମକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ଵ ନେବେ।

Tags: #CJI #SupremeCourt #NewCJI #JusticeUULalit #JusticeDYChandrachur

Comment