ଓଡ଼ିଶାଲାଇଭ୍ ବ୍ୟୁରୋ

ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି(ସିଜେଆଇ) ହେଲେ ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୂଡ। ଦେଶର ୫୦ତମ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଚନ୍ଦ୍ରଚୂଡ ବୁଧବାର ଦିନ ଶପଥ ନେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇଛନ୍ତି। ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୂଡ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତଙ୍କ ସ୍ଥାନ ନେଇଛନ୍ତି।

ସୁପ୍ରିମକୋର୍ଟର ୧୬ତମ ପ୍ରଧାନ ବିଚାରପତି ଓ୍ୱାଇ ବି ଚନ୍ଦ୍ରଚୂଡଙ୍କ ପୁଅ ହେଉଛନ୍ତି ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୂଡ। ୨୦୦୦ ମସିହା ମାର୍ଚ୍ଚ ୨୯ ତାରିଖରେ ବମ୍ବେ ହାଇକୋର୍ଟର ଅତିରିକ୍ତ ଜଜ ଭାବେ ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୂଡ ନିଯୁକ୍ତ ହୋଇଥିଲେ। ଏହା ପରେ ୨୦୧୩ ମସିହାରେ ଅକ୍ଟୋବର ୩୧ ତାରିଖରେ ସେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ।

୨୦୧୬ ମସିହାରେ ସୁପ୍ରିମକୋର୍ଟ ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ ଜଷ୍ଟିସ ଡି ଓ୍ୱାଇ ଚନ୍ଦ୍ରଚୂଡ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଭାବେ ତାଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ସେ ଆସନ୍ତା ୨୦୨୪ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ସିଜେଆଇ କାର୍ଯ୍ୟଭାର ସମ୍ଭାଳିବେ।

ଜଷ୍ଟିସ ଲଳିତ ଜିସେଆଇ ଭାବେ ୭୪ ଦିନର ସ୍ଵଳ୍ପ ଅବଧିପୂର୍ଣ୍ଣ କରିଛନ୍ତି। ତାଙ୍କ କାର୍ଯ୍ୟକାଳ ନଭେମ୍ବର ୮ ତାରିଖରେ ଶେଷ ହୋଇଛି।

Tags: #CJI #SupremeCourt #JusticeDYChandrachud #OathTaking

Comment