ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀ ଶ୍ରୀମନ୍ଦିର ଚାରିପଟରେ ମଙ୍ଗଳବାର ପୁଣି ବୁଲିଛି ବୁଲଡୋଜର। ପୂର୍ବରୁ ସରକାରୀ ଘରକୁ ଭାଙ୍ଗୁଥିବା ପ୍ରଶାସନ ଏବେ ବେସରକାରୀ ଘରଗୁଡ଼ିକୁ ଭାଙ୍ଗିବା ଆରମ୍ଭ କରିଛି।ଶ୍ରୀମନ୍ଦିର ଚାରିପାଖରୁ ୭୫ ମିଟର ପରିଧି ମଧ୍ୟରେ ଉଚ୍ଛେଦ ପକ୍ରିୟା ଜାରି ରହିଛି। ମଙ୍ଗଳବାର ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଅଞ୍ଚଳରେ ଉଚ୍ଛେଦ ଆରମ୍ଭ ହୋଇଛି। ଏଠାରେ ଥିବା ଦୁଇଟି ଘରୋଇ ପ୍ଲଟକୁ ପ୍ରଥମେ ଭାଙ୍ଗିବା ଆରମ୍ଭ କରିଛି ପ୍ରଶାସନ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ସେଠାରେ ୮ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଛି।

ଏହାସହ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାରଠାରୁ ପଶ୍ଚିମ ଦ୍ୱାର ପର୍ଯ୍ୟନ୍ତ ରାସ୍ତାକୁ ସିଲ୍ କରିଦିଆଯାଇଛି। ଶ୍ରୀମନ୍ଦିର ଚାରିପାଖରେ ଥିବା ମୋଟ୍ ୧୮୫ଟି ଘରୋଇ ପ୍ଲଟର ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।

Comment