ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ରିୟଲମି ଏହାର ବହୁ ପ୍ରତିକ୍ଷୀତ X2 ସ୍ମାର୍ଟଫୋନକୁ ଭାରତରେ ଲଞ୍ଚ୍‌ କରିଦେଇଛି। ପ୍ରଥମେ ଏହି ସ୍ମାର୍ଟଫୋନ୍‌ର ନାଁ Realme XT 730G ରହିଥିଲା। ହେଲେ ପରେ ଏହାର ନାଁ Realme X2 ଦିଆଯାଇଛି। ଏହା ପୂର୍ବରୁ କମ୍ପାନି ନଭେମ୍ବର ମାସରେ Realme X2 Pro ସ୍ମାର୍ଟଫୋନ ଭାରତରେ ଲଞ୍ଚ୍‌ ହୋଇଥିଲା। Realme X2 ହେଉଛି ଏହି ସ୍ମାର୍ଟଫୋନର ତଳ ଭର୍ସନ।

ମଙ୍ଗଳବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ Realme X2 ସ୍ମାର୍ଟଫୋନ୍‌କୁ ଲଞ୍ଚ୍‌ କରାଯାଇଛି। ଗତ ସେପ୍ଟେମ୍ବର ମାସରେ ଚୀନ୍‌ରେ ପ୍ରଥମ ଥର ପାଇଁ ଏହାକୁ ଅନ୍ତର୍ଜାତୀୟ ବଜାରରେ ଲଞ୍ଚ୍‌ କରାଯାଇଥିଲ। ଏଥିରେ ଅକ୍ଟାକୋର କ୍ୱାଲକମ୍ ସ୍ନାପ୍‌ଡ୍ରାଗନ ୭୩୦ଜି ପ୍ରୋସେସର ରହିଛି। ଏଥିରେ ୬୪ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ଦିଆଯାଇଥିବା ବେଳେ ୩୦ ୱାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ରହିଛି।

କମ୍ପାନି ଏହାର ୩ଟି ଭାରିଏଣ୍ଟ ଭାରତୀୟ ବଜାରରେ ଲଞ୍ଚ୍‌ କରିଛି। 4GB+64GB ଭାରିଏଣ୍ଟ୍‌ର ମୂଳ୍ୟ ୧୬,୯୯୯ ଟଙ୍କା ଥିବା ବେଳେ 6GB+128GB ଭାରିଏଣ୍ଟର ମୂଲ୍ୟ ୧୮,୯୯୯ଟଙ୍କା ରହିଛି। ସେହିପରି 8GB+128GB ଭାରିଏଣ୍ଟ୍‌ର ମୂଲ୍ୟ ୧୯,୯୯୯ ଟଙ୍କା ରହିଛି। ଆସନ୍ତା ଡିସେମ୍ବର ୨୦ ତାରିଖରୁ ଭାରତରେ ଏହାର ବିକ୍ରି ଆରମ୍ଭ ହେବ।

Realme X2 ସ୍ମାର୍ଟଫୋନ୍‌ରେ କ’ଣ ରହିଛି ଫିଚର

ଆଣ୍ଡ୍ରଏଡ୍‌ ୯ ଥିବା କଲର ଓଏସ୍‌-୬ ଅପରେଟିଂ ସିଷ୍ଟମରେ ଏହି ସ୍ମାର୍ଟଫୋନ୍‌ ଚାଲୁଛି। ଏଥିରେ ୬.୪ ଇଞ୍ଚ୍‌ ବିଶିଷ୍ଟ ଫୁଲ୍‌ ଏଚ୍‌ଡି ପ୍ଲସ୍‌ ଆମୋଲେଡ୍‌ ଡିସ୍‌ପ୍ଲେ ଦିଆଯାଇଥିବା ବେଳେ ୱାଟର ଡ୍ରପ୍‌ ଷ୍ଟାଇଲ୍‌ ନଚ୍‌ ଦିଆଯାଇଛି। ଏଥିରେ ଇନ୍‌ ଡିସ୍‌ପ୍ଲେ ଫିଙ୍ଗରପ୍ରିଣ୍ଟ ସେନ୍ସର ଦିଆଯାଇଛି। ଅକ୍ଟାକୋର କ୍ୱାଲକମ୍ ସ୍ନାପ୍‌ଡ୍ରାଗନ ୭୩୦ଜି ପ୍ରୋସେସର ଦିଆଯାଇଛି, ଯାହା ଗ୍ରାହକଙ୍କୁ ଉତ୍ତମ ଗେମିଂ ମଜା ଦେଇପାରିବ।

ଫଟୋଗ୍ରାଫି ପାଇଁ ଏଥିରେ ରିଅର କ୍ୱାଡ୍ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ୬୪ ମେଗାପିକ୍ସେଲ ବିଶିଷ୍ଟ ପ୍ରାଇମେରୀ ରିଅର କ୍ୟାମେରା ସହ ଫ୍ରଣ୍ଟ୍‌ରେ ୩୨ ମେଗାପିକ୍ସେଲର ସେଲ୍‌ଫି କ୍ୟାମେରା ଦିଆଯାଇଛି। ସେହିନରି ଏଥିରେ ୪ ହଜାର ଏମ୍‌ଏଏଚ୍‌ ବ୍ୟାଟେରୀ ରହିଥିବା ବେଳେ ୩୦ ୱାଟ୍‌ର ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ଦିଆଯାଇଛି।

Comment