ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରବାଟୀ ଷ୍ଟାଡିୟମରେ ଆସନ୍ତା ରବିବାର ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ। ଏହି ମ୍ୟାଚକୁ ଆଉ ୩ ଦିନ ବାକି ରହିଲା। ପୂର୍ବରୁ ମଧ୍ୟ ଏହି ଷ୍ଟାଡିୟମରେ ଅନେକ ମ୍ୟାଚ ଖେଳାଯାଇଛି। ଅନେକ ରେକର୍ଡ ମଧ୍ୟ ହୋଇଛି। ସେହିଭଳି ମହମ୍ମଦ ଆଝାରୁଦ୍ଦିନ ଓ ଅଜୟ ଜାଡ଼େଜା ଏଠାରେ ସର୍ବାଧିକ ରନ୍‌ ପାର୍ଟନରସିପ୍‌ର ରେକର୍ଡ କରିଥିଲେ।

୧୯୯୮ ଏପ୍ରିଲ ୯ ତାରିଖରେ ଜିମ୍ଵାଓ୍ଵେ ବିପକ୍ଷ ମ୍ୟାଚରେ ଏହି ରେକର୍ଡ କରିଥିଲେ ଆଝାରୁଦ୍ଦିନ ଓ ଜାଡ଼େଜା। ଏହି ମ୍ୟାଚରେ ଦୁହେଁ ୨୭୫ ରନ୍‌ର ପାର୍ଟନରସିପ୍‌ କରିଥିଲେ। ଏଥିରେ ଆଝାରୁଦ୍ଦିନ ୧୫୩ ରନ୍‌ କରିଥିବା ବେଳେ ଜାଡ଼େଜା ୧୧୬ ରନ୍‌ କରିଥିଲେ।

ଏହି ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। ଦଳର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାମାନେ ବିଫଳ ହେବା ପରେ ମିଡିଲ ଅର୍ଡରରେ ଆଝାରୁଦ୍ଦିନ ଓ ଜାଡ଼େଜା ପାଳି ସମ୍ଭାଳିଥିଲେ। ଫଳରେ ଦଳ ୩୦୧ର ବିଶାଳ ସ୍କୋର କରିଥିଲା।

ଜିମ୍ଵାଓ୍ଵେ ପକ୍ଷରୁ ଫ୍ଲୋଓ୍ଵାର ୧୦୨ ରନ୍‌ କରିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ। ଫଳରେ ଦଳ ୨୬୯ରେ ଅଲଆଉଟ ହୋଇଯାଇଥିଲା। ଭାରତ ଏହି ମ୍ୟାଚକୁ ୩୨ରନରେ ଅକ୍ତିଆର କରିଥିଲା।

Comment