ଓଡ଼ିଶାଲାଇଭ୍ ବ୍ୟୁରୋ

ପିକନିକ୍ ପାଇଁ ପ୍ରମୁଖ ସ୍ଥଳ ପାଲଟିଛି ଚନ୍ଦକା ନିକଟ ଡେରାସ ଡ୍ୟାମ୍।

ନିଜର ଦୈନିନ୍ଦିନ ଜୀବନରୁ ସମୟ କାଢ଼ି ପ୍ରକୃତି କୋଳରେ କିଛି ସମୟ କାଟିବାକୁ ଚାହୁଁଛନ୍ତି କି? ନୂଆ ବର୍ଷରେ କିଛି ନୂଆ ଜାଗା ବୁଲିବାକୁ ପ୍ଲାନ୍ କରିଛନ୍ତି କି? ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ପାଖରେ ଥିବା ଡେରାସ ଡ୍ୟାମ୍ ଆପଣଙ୍କ ପାଇଁ ପ୍ରକୃଷ୍ଟ ସ୍ଥାନ ହୋଇପାରେ।

ନୂଆବର୍ଷରେ ଆପଣ ପିକନିକ୍ ପାଇଁ ବହୁତ ଜାଗା ବୁଲିବାକୁ ପ୍ଲାନ୍ କରିଥିବେ। ଏହି ଜାଗା ଆପଣଙ୍କୁ କିଛି ଭିନ୍ନ ଅନୁଭୂତି ଦେବ। ଏଠାରେ ଆପଣ ପାଣିରେ ଭରପୁର ଡ୍ୟାମ୍ ଦେଖିବା ସହ ପ୍ରକୃତିର ମନୋରମ ଦୃଶ୍ୟର ଆନନ୍ଦ ଉଠାଇପାରିବେ। ଏହାସହ ଜଙ୍ଗଲ ଭିତରେ ବାଉଁଶ ଘରେ ରହିବାର ସୁଯୋଗ ପାଇପାରିବେ ପର୍ଯ୍ୟଟକ।କେଉଁଠି ଅଛି ଏହି ଡେରାସ ଡ୍ୟାମ?

ଭୁବନେଶ୍ୱର ପାଖ ଅଞ୍ଚଳରେ ଥିବା ଏହି ଡେରାସ ଡ୍ୟାମ୍ ବର୍ତ୍ତମାନ ଏକ ପ୍ରମୁଖ ପିକନିକ୍ ସ୍ପଟ୍ ଭାବେ ପରିଚିତ ହୋଇପାରିଛି। ନୂଆ ବର୍ଷରେ ଏଠି ଲୋକଙ୍କ ଜୋରସୋର ଭିଡ଼ ଦେଖିବାକୁ ମିଳୁଛି। ଭୁବନେଶ୍ୱର ସହରଠାରୁ ମାତ୍ର ୨୫ କିଲୋମିଟର ଦୂରରେ ଥିବା ଏହି ସ୍ଥାନକୁ ଆପଣ ରୋଡ୍ ଯୋଗେ ଯାଇପାରିବେ। ଭୁବନେଶ୍ୱର ସମ୍ ହସ୍ପିଟାଲ ପାଖରୁ ଏହାର ଦୂରତା ମାତ୍ର ୨୦ କିଲୋମିଟର।

ତେବେ ଟ୍ରେନରେ ଆସିବାକୁ ଚାହୁଁଥିଲେ ଆପଣଙ୍କୁ ଭୁବନେଶ୍ୱର ରେଳ ଷ୍ଟେସନରୁ ଓହ୍ଲାଇ ସେଠାରୁ ସଡ଼କ ପଥରେ ଆସିବାକୁ ପଡ଼ିବ। ଏହାସହ ଭୁବନେଶ୍ୱର ସମ୍ ହସ୍ପିଟାଲ ପାଖକୁ ଆସି ଆପଣ ଗୁଗୁଲ ମ୍ୟାପରେ ଏହାକୁ ସହଜରେ ଖୋଜି ପାଇପାରିବେ।ଡେରାସ ଡ୍ୟାମରେ ଦେଖିବେ କ?

ଏହାର ଚାରିପଟରେ ଆପଣ ସୁନ୍ଦର ସୁଉଚ୍ଚ ପର୍ବତ ଦେଖିବା ସହ ପାଣିରେ ଭରପୂର ଡେରାସ ଡ୍ୟାମକୁ ଦେଖିବାକୁ ପାଇବେ। ତା ସହିତ ପ୍ରକୃତିର ମନୋରମ ଦୃଶ୍ୟକୁ ଦେଖି ଏହାର ଲାଭ ଉଠାଇ ପାରିବେ ପର୍ଯ୍ୟଟକ। ଏଠାକାର ପ୍ରକୃତି ନିବାସକୁ ବାଉଁଶ ଘର ନାଁରେ ନାମିତ କରାଯାଇଛି। ଏଠାରେ ପର୍ଯ୍ୟଟକଙ୍କ ପାଇଁ ବାଉଁଶରେ ବିଭିନ୍ନ ଘର ତିଆରି କରାଯାଇଛି। ଏହାସହ ପର୍ଯ୍ୟଟକମାନେ ଡେରାସ ଡ୍ୟାମ୍ ଦେଖିବାକୁ ଆସିବା ସମୟରେ ଏହାର ପାଖରେ ଥିବା ଝୁମୁକା ଡ୍ୟାମକୁ ମଧ୍ୟ ପର୍ଯ୍ୟଟକମାନେ ଦେଖିପାରିବେ। ଏହାସହ ଚନ୍ଦକା ଅଭୟାରଣ୍ୟରେ ରହୁଥିବା ହାତୀମାନଙ୍କୁ ଦେଖି ମଜା ଉଠାଇପାରିବେ ପର୍ଯ୍ୟଟକ।ପ୍ରବେଶ ଶୁଳ୍କ

ପ୍ରକୃତିର ଏହି ମନୋରମ ଦୃଶ୍ୟକୁ ଆପଣଙ୍କ ଆଖିରେ ଦେଖିବାକୁ ଚାହୁଁଥିଲେ ସେଥିପାଇଁ ଆପଣଙ୍କୁ ଡେରାସ ଡ୍ୟାମରେ ପ୍ରବେଶ ଶୁଳ୍କ ଦେଇ ପ୍ରବେଶ କରିବାକୁ ପଡ଼ିବ। ସାଧାରଣ ଭାରତୀୟ ଓ ବିଦେଶୀ ନାଗରିକଙ୍କ ପାଇଁ ଏଠାରେ ପ୍ରବେଶ କରିବାକୁ ପ୍ରବେଶ ଫିସ୍ ୫୦ ଟଙ୍କା ରଖାଯାଇଛି।

ଏହାସହ ଦଶଜଣ ସାଙ୍ଗ ହୋଇ ଏଠାକୁ ବୁଲିବାକୁ ଗଲେ ଜଣକ ପ୍ରତି ୨୫ ଟଙ୍କା ଦେବାକୁ ପଡ଼ିବ। ଏହାସହ କଲେଜ ଛାତ୍ରଛାତ୍ରୀମାନେ ସେମାନଙ୍କର ପରିଚୟ ପତ୍ର ଦେଖାଇ ଜଣକ ପ୍ରତି ୧୦ ଟଙ୍କା ହିସାବରେ ଏଠାରେ ପ୍ରବେଶ କରିପାରିବେ।ଭୋଜି କରିବାର ସୁବିଧା

ଡେରାସ୍ ଡ୍ୟାମରେ ବୁଲିବା ସହ ଆପଣ ଏଠାରେ ଭୋଜି କରିବାର ସୁବିଧା ମଧ୍ୟ ରହିଛି। ସେଥିପାଇଁ ଏଠାରେ ପର୍ଯ୍ୟାପ୍ତ ସୁବିଧା ସୁଯୋଗ ରହିଛି। ଭୋଜି କରିବାକୁ ସ୍ୱତନ୍ତ୍ର ପିଣ୍ଡି ସବୁ ଏଠାରେ ତିଆରି କରାଯାଇଛି। ଲୋକମାନେ ଏଠାରେ ବେଶ୍ ସୁବିଧାର ସହ ରୋଷେଇ କରି ନିଜର ବଣଭୋଜି କରିପାରୁଛନ୍ତି।

Comment