ଓଡ଼ିଶାଲାଇଭ୍ ବ୍ୟୁରୋ

ଅପରାଧ ନିୟନ୍ତ୍ରଣ ପାଇଁ ସମ୍ବଲପୁର ପୋଲିସ ଆରମ୍ଭ କଲା ନୁଆ ପଦକ୍ଷେପ। ସମ୍ବଲପୁରରେ ଥିବା ସବୁ ପିସିଆର୍‌ ଭ୍ୟାନରେ ଲାଗିଲା ଜିପିଏସ୍‌ ବ୍ୟବସ୍ଥା। ଏଣିକି ଅପରାଧ ଘଟିବା ମାତ୍ରେ ପିସିଆର ଘଟଣାସ୍ଥଳରେ ପହଞ୍ଚି ପାରିବ।

‘‘ପିସିଆର୍‌ରେ ଜିପିଏସ୍‌ ବ୍ୟବସ୍ଥା ଲାଗୁ ହୋଇଛି। କେଉଁଠି ବି ଅପରାଧ ଘଟିଲେ ଘଟଣାସ୍ଥଳକୁ ପିସିଆର୍‌କୁ ସଙ୍ଗେ ସଙ୍ଗେ ପଠାଯିବ। ଏହାସହ ପିସିଆର୍‌କୁ ମଧ୍ୟ ମନିଟରିଂରେ ରଖାଯିବ’’, କହିଛନ୍ତି ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ।

ଏହାସହ ମହିଳା ସୁରକ୍ଷା ପାଇଁ ସମ୍ବଲପୁର ପୋଲି ନୂଆ ପଦକ୍ଷେପ ଗ୍ରହଣ କରିଛି। ଦୁଇଟି ମହିଳା ପିସିଆର୍‌ ଭ୍ୟାନ୍‌ ଏବଂ ଦୁଇଟି ବାଇକ ପିସିଆର୍‌ ବ୍ୟବସ୍ଥା ଶୁଭାରମ୍ଭ କରାଯାଇଛି।

ପୂର୍ବରୁ ପିସିଆର୍‌କୁ ଫୋନ୍‌ କଲେ ଘଟଣାସ୍ଥଳରେ ପିସିଆର୍‌ ପହଞ୍ଚିବାରେ ବିଳମ୍ବ ହେଉଥିଲା। କିନ୍ତୁ ଜିପିଏସ୍‌ ଟ୍ରାକିଂ ବ୍ୟବସ୍ଥା ଲାଗୁ ହୋଇଥିବାରୁ ପିସିଆର୍‌ ଆଉ ଲୋକଙ୍କୁ ଫାଙ୍କି ପାରିବ ନାହିଁ।

Comment