ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିଷ୍ଠିତ ଫୋବର୍ସ ମ୍ୟାଗାଜିନ ପକ୍ଷରୁ ଭାରତର ଶ୍ରେଷ୍ଠ ୧୦୦ ଜଣ ସେଲିବ୍ରିଟିଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ କ୍ରିକେଟର ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି। ଗତ ବର୍ଷ ଏହି ତାଲିକାର ଶ୍ରେଷ୍ଠରେ ଥିଲେ ବଲିଉଡ୍‌ ଭାଇଜାନ ସଲମାନ ଖାନ୍‌। ହେଲେ ଚଳିତ ବର୍ଷ ସଲମାନ୍‌ଙ୍କୁ ପଛରେ ପକାଇଛନ୍ତି ଖିଲାଡି ଅକ୍ଷୟ କୁମାର।

ସେଲିବ୍ରିଟିମାନଙ୍କର ପ୍ରୋଫେସନାଲ କ୍ୟାରିଅର, ସୋସିଆଲ ମିଡିଆ ବ୍ରାଣ୍ଡିଂ ଏବଂ ଇଣ୍ଡଷ୍ଟ୍ରୀରେ କରୁଥିବା ଆୟକୁ ଆଧାର କରି ଫୋବର୍ସ ପକ୍ଷରୁ ଶ୍ରେଷ୍ଠ ସେଲିବ୍ରିଟି ଜାରି କରାଯାଇଥାଏ। ଚଳିତ ବର୍ଷ ଅକ୍ଷୟ କୁମାର ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଫିଲ୍ମ ଦେଇଥିଲେ। ୨୦୧୯ରେ ତାଙ୍କର ଆୟ ରହିଛି ୨୯୩.୨୫ କୋଟି ଟଙ୍କା। ଫଳରେ ଶ୍ରେଷ୍ଠ ସେଲିବ୍ରିଟିର ଦ୍ୱିତୀୟ ସ୍ଥାନ ଅକ୍ତିଆର କଣିଛନ୍ତି ଅକ୍ଷୟ କୁମାର।

ସଲମାନ ଖାନ୍‌ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ଚଳିତ ବର୍ଷ ତାଙ୍କର ଆୟ ହୋଇଛି ୨୨୯.୨୫ କୋଟି ଟଙ୍କା। ଗତ ବର୍ଷ ଏହି ସ୍ଥାନରେ ଥିଲେ କ୍ରିକେଟର ବିରାଟ କୋହଲି। ଚଳିତ ବର୍ଷ ୨୫୨.୭୨ ଟଙ୍କା ଆୟ କରି ବିରାଟ କୋହଲି ସଲମାନଙ୍କୁ ତୃତୀୟ ସ୍ଥାନକୁ ପଠେଇ ଦେଇଛନ୍ତି।

ଏହି ତାଲିକାର ଚତୁର୍ଥ ସ୍ଥାନରେ ରହିଛନ୍ତି ବଲିଉଡ୍‌ ବିଗ୍‌ ବି ଅଭିତାଭ ବଚ୍ଚନ। ଗତବର୍ଷ ସପ୍ତମ ସ୍ଥାନରେ ରହିଥିବା ଅମିତାଭ ବଚ୍ଚନ ଚଳିତ ବର୍ଷ ଚତୁର୍ଥ ସ୍ଥାନକୁ ବଢ଼ିଛନ୍ତି। ୨୦୧୯ରେ ତାଙ୍କର ଆୟ ହୋଇଛି ୨୩୯.୨୫ କୋଟି ଟଙ୍କା। ବଦ୍‌ଲା ଏବଂ କୌନ ବନେଗା କରୋଡପତି ସୋ’ ପାଇଁ ବିଗ୍‌ ବି ଚଳିତ ବର୍ଷ ଏହି ସଫଳତା ପାଇଛନ୍ତି।

ତେବେ ଏହି ତାଲିକାର ଷଷ୍ଠ ସ୍ଥାନରେ ରହିଛନ୍ତି ବଲିଉଡ୍‌ ବାଦ୍‌ଶାହ ଶାହାରୁଖ୍‌ ଖାନ୍‌। ଚଳିତ ବର୍ଷ ଶାହାରୁଖ୍‌ଙ୍କ ଆୟ କମି ନଥିଲେ ସୁଦ୍ଧା ତାଲିକାର ଷଷ୍ଠ ସ୍ଥାନରେ ରହିଛନ୍ତି। ଚଳିତ ବର୍ଷ ଶାହାରୁଖ୍‌ଙ୍କ କୌଣସି ଫିଲ୍ମ ରିଲିଜ ହୋଇନାହିଁ। ସେ ତାଙ୍କ ଆଗାମୀ ଫିଲ୍ମ ବିଷୟରେ ଏଯାଏଁ କୌଣସି ଘୋଷଣା ମଧ୍ୟ କରିନାହାନ୍ତି। ତେବେ ଶୁଣଇବାକୁ ମିଳୁଛି ଯେ, ଡନ୍‌-୩ ପାଇଁ ଶାହାରୁଖ୍‌ ପ୍ରସ୍ତୁତ ହେଉଛନ୍ତି।

Comment