ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିନା ହେଲେମେଟ୍‌ରେ ଗାଡ଼ି ଚଳାଇ ହଜାର ଟଙ୍କାର ତଣ୍ଡ ଗଣିଲେ ଓଡ଼ିଆ ଅଭିନେତା ବାବୁସାନ୍‌। ବାବୁସାନ୍‌ ଭୁବନେଶ୍ୱରରେ ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବାର ଏକ ଭିଡିଓ ଟୁଇଟର୍‌ରେ ଅପଲୋଡ୍‌ ହୋଇଥିଲା। ଏହାପରେ କମିସନରେଟ୍‌ ଟ୍ରାଫିକ୍‌ ପୋଲିସ ବାବୁସାନ୍‌ଙ୍କ ନାମରେ ୧ହଜାର ଟଙ୍କାର ଚାଲାଣ କାଟି ତାଙ୍କ ଘର ଠିକଣାର ପଠାଇଦେଇଛି। ଏନେଇ ଟୁଇଟ୍‌ ଜରିଆରେ କମିସନରେଟ୍‌ ପୋଲିସ ସୂଚନା ଦେଇଛି।

ପୋଲିସ ଟୁଇଟ୍‌ କରି ଲେଖିଛନ୍ତି, ‘‘ଅଭିନେତା ହେଲେ ବି ନିୟମ ସମସ୍ତେ ମାନିବା ଉଚିତ୍‌। ଏଣୁ ଜରିମାନା ଟଙ୍କା ଜମା କରିବା ସହ ଗାଡ଼ି ଚଳାଇବା ବେଳେ ହେଲମେଟ୍‌ ବ୍ୟବହାର କରିବା ଉଚିତ୍‌।’’

ତେବେ ଏନେଇ ବାବୁସାନ୍‌ ସଫେଇ ଦେଇଛନ୍ତି। ସେ କହିଛନ୍ତି, ‘‘ମୁଁ ମୋ’ ଘର କମ୍ପାଉଣ୍ଡ ଗେଟ୍‌ ପାଖରେ ଗାଡ଼ି ଚଳାଉଥିଲେ। ଟ୍ରାଫିକ୍‌ ଛକ ବା ଏନ୍‌ଏଚ୍‌ରେ ଚଳାଉ ନଥିଲି। ତେବେ ଆଗକୁ ଅଧିକ ସଚେତନ ହେବି।’’

Comment