ଓଡ଼ିଶାଲାଇଭ୍ ବ୍ୟୁରୋ

ବାରବାଟୀ ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳ। ରବିବାର ବାରବାଟୀ ମୁହାମୁକାବିଲା ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୁଇ ଦଳ। ଖେଳାଳିମାନେ ବିମାନ ବନ୍ଦରରେ ଓହ୍ଲାଇବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲ ମେ’ ଫେୟାରକୁ ନିଆଯାଇଛି।

ବିମାନ ବନ୍ଦରରେ ଖେଳାଳିମାନଙ୍କୁ ଦେଖିବାପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏପରିକି ରାସ୍ତା କଡ଼ରେ ମଧ୍ୟ ଲୋକମାନେ ସେମାନଙ୍କ ପସନ୍ଦର ଖେଳାଳିମାନଙ୍କୁ ହାତ ହଲାଇ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଥିଲା। ଖେଳାଳିମାନେ ହୋଟେଲ ମେ’ଫେୟାରରେ ପହଞ୍ଚିବା ପରେ ସେମାନଙ୍କୁ ଓଡ଼ିଆ ପ୍ରଥା ଓ ପରମ୍ପରା ଅନୁସାରେ ସ୍ୱାଗତ କରାଯାଇଛି।

ଭାରତ ଓ ୱେଷ୍ଟଇଣ୍ଡିଜ୍ ଦିନିକିଆ  ସିରିଜର ଶେଷ ମ୍ୟାଚ୍ ଆସନ୍ତା ୨୨ ତାରିଖରେ ବାରବାଟୀରେ ଖେଳାଯିବ। ଏଥିପାଇଁ ଦୁଇ ଦେଶର ଖେଳାଳି ବୁଧବାର ଭୁବେନଶ୍ୱରରେ ପହଞ୍ଚିଛନ୍ତି। ବିଶାଖାପାଟଣାରୁ ସିଧାସଳଖ ବିମାନ ଯୋଗେ ଖେଳାଳିମାନେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇଛନ୍ତି।ଏହାପରେ ସେମାନଙ୍କୁ ସ୍ୱତନ୍ତ୍ର ବସ ଯୋଗେ ହୋଟେଲକୁ ନିଆଯାଇଛି।ଶୁକ୍ରବାର ଅଭ୍ୟାସ ପାଇଁ ଖେଳାଳିମାନେ ବାରବାଟୀ ଯିବେ। ସକାଳ ୯ଟାରେ ୱେଷ୍ଟଇଣ୍ଡିଜ୍  ଓ ଅପରାହଣ ୨ଟାରେ ଭାରତୀୟ ଦଳ ବାରବାଟୀରେ ଅଭ୍ୟାସ କରିବ। ଏହାପରେ ରବିବାର ପଡ଼ିଆ ମଧ୍ୟରେ ମୁହାଁମୁହିଁ ହେବେ ଟିମ୍ ଇଣ୍ଡିଆ ଓ ଇଣ୍ଡିଜ୍।

Comment