ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତର ଭାରତର କିଛି ସ୍ଥାନରେ ଭୂମିକମ୍ପର ଝଟକା। ଏହା ଦିଲ୍ଲୀ ଏନ୍‌ସିଆର ସମେତ ଅନେକ ଅଞ୍ଚଳରେ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରେକର୍ଡ କରାଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ହିନ୍ଦୁକୁଶ ବୋଲି ଜଣାପଡ଼ିଛି। ଭୂମିକମ୍ପ ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳି ପାରିନାହିଁ।

ଦିଲ୍ଲୀ ସହ ଜାମ୍ମୁ ଓ କଶ୍ମୀର, ମଥୁରା, ଅମୃତସର ଓ ଚଣ୍ଡିଗଡ଼ରେ ମଧ୍ୟ ଭୁମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ସନ୍ଧ୍ୟା ୫ଟା ୧୨ରେ ହୋଇଥିଲା। ଭୂମିକମ୍ପ ପରେ ଲୋକ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ।

LEAVE A REPLY

Please enter your comment!
Please enter your name here