ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ରବିବାର ବାରବାଟୀରେ ଭାରତ-ଓ୍ଵେଷ୍ଟଇଣ୍ଡିଜ୍‌ ମଧ୍ୟରେ ମହାମୁକାବିଲା ହେବାକୁ ଯାଉଛି। ଏହି ଦିନିକିଆ ମ୍ୟାଚ୍‌ ପାଇଁ କମିସନରେଟ୍‌ ପୋଲିସ ପକ୍ଷରୁ ପାର୍କିଂ ବ୍ୟବସ୍ଥା କରାଯାଇଛି।

ରିଂ ରୋଡ୍‌ରେ ଆସୁଥିବା ଗାଡ଼ିଗୁଡ଼ିକ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ। ହାଓଡ଼ା ମୋଟର ଛକ ଓ ଗଉଡ଼ଗଡ଼ା ପଟୁ ଆସୁଥିବା ଗାଡ଼ି ରିଂ ରୋଡ୍‌ ଦେଇଯାଇପାରିବେ। ମଣିସାହୁ ଛକ ପଟୁ ଆସୁଥିବା ଗାଡ଼ିଗୁଡ଼ିକ ରିଂ ରୋଡ୍‌ ଦେଇ ଯାଇ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିପାରିବେ।

ଚହଟା ଛକ ପଟୁ ଆସୁଥିବା ଗାଡ଼ିଗୁଡ଼ିକ କାର୍ତ୍ତିକେଶ୍ୱର ଗଡ଼ାରେ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରିବେ।

ବିଜୁ ପଟ୍ଟନାୟକ ଛକ, କନିକାଛକ ଓ ମଧୁସୂଦନ ଛକ ପଟୁ ଆସୁଥିବା ଗାଡ଼ିଗୁଡ଼ିକ ଆନନ୍ଦଭବନ ପଡ଼ିଆରେ ପାର୍କିଂ କରିପାରିବେ।

ସମାଜ କାର୍ଯ୍ୟାଳୟ ଛକରୁ ହନୁମାନ ମନ୍ଦିର ଛକ ଦେଇ କୌଣସି ଗାଡ଼ି ଆୟକର ଭବନ ଆଡ଼େ ଯିବାକୁ ଅନୁମତି ଦିଆଯିବ ନାହିଁ।

ଅନ୍ୟପଟେ ଓସିଏ ପାର୍କିଂ ପାସ୍‌ ପାଇଥିବା ବ୍ୟକ୍ତି ମଧୁସୂଦନ ପ୍ରତିମୂର୍ତ୍ତି ବା ନାରୀସେବା ସଦନ ଛକ ଦେଇ ଓସିଏ କ୍ରିକେଟ୍‌ ଏକାଡେମି ପଡ଼ିଆରେ ପାର୍କିଂ କରିପାରିବେ। ଜାଭିଅର ଗ୍ରାଉଣ୍ଡ ପାସ୍‌ ପାଇଥିବା ବ୍ୟକ୍ତି ଗେଟ୍‌ ନମ୍ବର ୧୪ରେ ଯାଇ ଗାଡ଼ି ପାର୍କିଂ କରିବେ। ଏହି ନିୟମ ୨୨ ଡିସେମ୍ବର ସକାଳ ୮ଟାରୁ ଲାଗୁ ହେବ।

Comment