ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଦ୍ଵାରଫିଟା ନୀତି ବିଭ୍ରାଟରେ ୩ ସେବାୟତଙ୍କୁ ନୋଟିସ
  • ୬୦ ହଜାର ଲୋକଙ୍କ ପାଇଁ ରହଣି ବ୍ୟବସ୍ଥା
  • ଗୁରୁକୂଳ ପାଇଁ ୧୫ ଏକର ଜମି ଚିହ୍ନଟ
  • ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦ ଦର ତାଲିକା

ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାବଳୀ ପାଳନ ସହ ଅନ୍ୟ ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଶ୍ରୀମନ୍ଦିରରେ ୬୦ ହଜାର ଲୋକଙ୍କ ରହଣି ବ୍ୟବସ୍ଥା ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା।

ବୈଠକରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାବଳୀର ୨୩ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଦ୍ଵାରଫିଟା ନୀତି ବିଭ୍ରାଟ ନେଇ ତଦନ୍ତ ଉପରେ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏନେଇ ୩ଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ସେମାନଙ୍କ ଉତ୍ତର ଆସିବା ପରେ ଜାନୁଆରି ୪ରେ ଶୁଣାଣି ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ପୁରୀରରେ ୬୦ ହଜାର ଲୋକଙ୍କ ରହିବା ପାଇଁ ସ୍ଵତନ୍ତ୍ର ପ୍ରକଳ୍ପ ନିର୍ମାଣ କରାଯିବ। ଏଥିରେ ୬ଟି ଭକ୍ତ ନିବାସ ନିର୍ମାଣ ହେବ ଓ ପ୍ରତ୍ୟେକରେ ଏକ ହଜାର କୋଠରୀ ରହିବ। ଏହାସହ ସେବକଙ୍କ ପିଲାଙ୍କ ପଢ଼ିବା ଲାଗି ଗୁରୁକୂଳ ପାଇଁ ୧୫ ଏକର ଜମି ମଧ୍ୟ ଚିହ୍ନଟ ହୋଇଛି। ଖୁବଶୀଘ୍ର ମହାପ୍ରସାଦ ଦର ନିରୂପଣ କରାଯାଇ ଏହାର ତାଲିକା ଆନନ୍ଦ ବଜାରରେ ଲାଗିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଡିସେମ୍ଵର ମାସ ଶେଷ ସୁଦ୍ଧା ଶ୍ରୀମନ୍ଦିର ସମ୍ମୁଖ କାର୍ଯ୍ୟ ଆରମ୍ଭ ହେବ। ପନୀୟ ଜଳ ଟ୍ୟାପ୍‌, ଜୋତା ଷ୍ଟାଣ୍ଡ ତୁରନ୍ତ ନିର୍ମାଣ କରାଯିବ ବୋଲି ପ୍ରଶାସକ କହିଛନ୍ତି। ଏହାସହ ଶ୍ରୀମନ୍ଦିର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଆର୍କିଟେକ୍ଚର ନିଯୁକ୍ତି ଦିଆଯିବ।

Comment