ଓଡ଼ିଶାଲାଇଭ୍ ବ୍ୟୁରୋ

ବାରବାଟୀ ବାଜିଲା ରଙ୍ଗବତୀ ଗୀତ। ରଙ୍ଗବତୀ ଗୀତର ତାଳେ ତାଳେ ଝୁମିଲେ ବାରବାଟୀ ଦର୍ଶକ।

ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ୍ ଖେଳାଯାଉଛି। ଏହି ମ୍ୟାଚ୍ ସମୟରେ ଗୋଟିଏ ଓଭର ଶେଷ ହେବା ପରେ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ପଡ଼ିଆରେ ଓଡ଼ିଆ ଆଲବମ୍ ସହ ବିଭିନ୍ନ ଲୋକପ୍ରିୟ ଗୀତ ବାଜୁଛି।

ପ୍ରତିଥର ଭଳି ଏଥର ମଧ୍ୟ ଓସିଏ ପକ୍ଷରୁ ଏଭଳି ସୁବିଧା କରାଯାଇଛି। ଲୋକମାନେ ମ୍ୟାଚ୍ ଦେଖିବା ସହ ଓଡିଆ ଗୀତର ମଜା ଉଠାଉଛନ୍ତି।

Comment