ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଐତିହାସିକ ବାରବାଟୀ ଷ୍ଟାଡିୟମରେ ହେବାକୁ ଯାଉଛି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟ ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆ। ଏଥିପାଇଁ ଟୁଇନ୍‌ ସିଟି ଉଠୁଛି ପଡୁଛି। କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟ ଉତ୍ସାହ ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ କଟକ ବାରବାଟୀ ଷ୍ଟାଡିୟମର ଗେଟ୍‌ ଖୋଲିଯାଇଛି। ମ୍ୟାଚ୍‌ ଦେଖିବା ପାଇଁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କ୍ରିକେଟ୍‌ ପ୍ରେମୀ ଲମ୍ବା ଲାଇନ୍‌ରେ ଷ୍ଟାଡିୟମ ଆଗରେ ଠିଆ ହୋଇଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ଆଜି ଅପରାହ୍‌ଣ ସାଢ଼େ ୧ଟାରେ ଆରମ୍ଭ ହେବ ଭାରତ-ୱେଷ୍ଟଇଣ୍ଡିଜ୍‌ ଶେଷ ଦିନିକିଆ। ଏହି ଦିବାରାତ୍ର ମ୍ୟାଚ୍‌କୁ ନେଇ ସାରା ଓଡ଼ିଆ ଏବେ ଉତ୍ସାହିତ। ଲମ୍ବା ଲାଇନ୍‌ରେ ଠିଆ ହୋଇ ଟିକେଟ୍‌ ପାଇଥିବା କ୍ରିକେଟ୍‌ ପ୍ରେମୀମାନେ ଷ୍ଟାଡିୟମ ଆଗରେ ମ୍ୟାଚ୍‌ ଦେଖିବାକୁ ଉତ୍ସାହର ସହ ଅନେଇ ବସିଥିବା ଦେଖିୀବାକୁ ମିଳିଛି।

Comment