ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୟସ ହେଲେ କେଶ ପାଚିବା ସ୍ୱାଭାବିକ। କିନ୍ତୁ ଆଜିକାଲିର ଅନିୟମିତ ଖାଦ୍ୟାଭ୍ୟାସ ଓ ପ୍ରଦୂଷଣ ଭଳି ବିଭିନ୍ନ କାରଣ ଯୋଗୁଁ ଅଳ୍ପ ବୟସରୁ ଅନେକଙ୍କ କେଶ ଧଳା ହୋଇଯାଉଛି। ଧଳାକେଶକୁ କଳା କରିବା ପାଇଁ ସମସ୍ତେ ଭିନ୍ନ ଭିନ୍ନ ଉପାୟ ଆପଣେଇ ନେଇଛନ୍ତି।

ଏମିତିରେ ମେହେନ୍ଦୀରେ ବାଦାମ ତେଲ ମିଶାଇ ଲଗାନ୍ତୁ। ବାଦାମ ତେଲରେ ଥିବା ଭିଟାମିନ୍-ଇ ଓ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ଅସମୟରେ କେଶ ଧଳା ହେଉଥିବା କମ୍ କରିବ।

 ପ୍ରସ୍ତୁତି ପ୍ରଣାଳୀ:

ଗୋଟିଏ ପାତ୍ରରେ ମେହେନ୍ଦୀ ଗୁଣ୍ଡ ଆଉ ବାଦାମ ତେଲ ମିଶାଇ ଟିକିଏ ପାଣି ପକାଇ ହାଲୁକା ଆଞ୍ଚରେ ଗରମ କରନ୍ତୁ। ଦୁଇଟି ଯାକ ଭଲ ଭାବେ ମିଶିଯିବା ପରେ ଗ୍ୟାସରୁ ଓହ୍ଲାଇ ଥଣ୍ଡା କରି କେଶରେ ଲଗାନ୍ତୁ।

ଲଗାଇବା ପରେ ୩୫ରୁ ୪୦ ମିନିଟ୍ ପରେ ଭଲ ଭାବେ ଶୁଖିଗଲା ପରେ ଧୋଇଦିଅନ୍ତୁ। ସପ୍ତାହକୁ ୨ଥର ମେହେନ୍ଦୀ-ବାଦାମ ତେଲ ମିଶ୍ରଣ ଲଗାଇଲେ କେଶ ଘନ, କଳା ଓ ମଜଭୁତ ହେବ।

Comment