ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରବାଟୀରେ ଭାରତ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୪ ଓ୍ଵିକେଟରେ ବିଜୟୀ ହୋଇଛି। ଏହାସହ ଭାରତ ୨-୧ରେ ସିରିଜ ଅକ୍ତିଆର କରିଛି।

ଭାରତ-ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ବାରବାଟୀରେ ଚାଲିଥିବା ଶେଷ ଦିନିକିଆକୁ ୪ ଓ୍ଵିକେଟରେ ଜିତି ନେଇଛି ଭାରତ। ଏହି ମ୍ୟାଚ ଜିତିବା ସହ ଭାରତ ୨-୧ରେ ଜିରିଜ ବିଜୟୀ ହୋଇଛି। ବିରାଟଙ୍କ ଦମଦାର ଅର୍ଦ୍ଧଶତକ ସହ ଜାଡେଜା ଓ ସାର୍ଦ୍ଦୁଲ ଠାକୁରଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଭାରତ ଏହି ମ୍ୟାଚକୁ ୪ ଓ୍ଵିକେଟରେ ଜିତି ନେଇଛି।

ଏହି ମ୍ୟାଚରେ ଭାରତ ଟସ୍‌ ଜିତି ଓ୍ଵେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଓ୍ଵେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ଇଣ୍ଡିଜ ଦଳ ପକ୍ଷରୁ ଦୁଇ ଓପନର ଦାୟିତ୍ଵର ସହ ପାଳି ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୫୭ ହୋଇଥିବା ବେଳେ ଇଭିନ ଲୁଇସ ୨୧ ରନ୍‌ କରି ପାଭିଲିୟନ ଫେରିଯାଇଥିଲେ।

ପରେ ତୃତୀୟ ଓ ଚତୁର୍ଥ ଓ୍ଵିକେଟରେ ଲିକୋଲାସ ପୂରନ ଓ କିରଣ ପୋଲାର୍ଡ ଯୋଗ ଦେଇ ବିସ୍ଫୋରକ ବ୍ୟାଟିଂ କରିଥିଲେ। ପୂରଣ ୮୯ ରନ୍‌ କରି ଆଉଟ ହୋଇଯାଇଥିବା ବେଳେ କିରଣ ପୋଲାର୍ଡଙ୍କ ବ୍ୟାଟ ଚୁପ୍‌ ହୋଇନଥିଲା। ପୋଲାର୍ଡ ୭ ଛକା ଓ ୩ ଚୌକା ବଳରେ ୭୪ ରନ୍‌ କରିଥିଲେ। ଫଳରେ ଦଳ ୩୧୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ପରେ ଭାରତ ୩୧୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଦଳ ପକ୍ଷରୁ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ଭଲ ପାର୍ଟନରସିପ କରିଥିଲେ। ଫଳରେ ଦଳ ଏକ ଦୃଢ଼ ସ୍ଥିତିରେ ପହଞ୍ଚିଥିଲା। ପ୍ରଥମ ଓ୍ଵିକେଟରେ ରୋହିତ ଶର୍ମା ୬୩ ରନ କରି ଆଉଟ ହୋଇଯାଇଥିଲେ।

ପରେ ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଭାଗିଦାରୀ ଦଳକୁ ବିଜୟ ଅଭିମୁଖେ ନେଇଯାଇଥିଲା। ରାହୁଲ ୭୭ ରନ କରି ଆଉଟ ହୋଇଯାଇଥିବା ବେଳେ କୋହଲି ଏକାକୀ ଲଢ଼େଇ କରିଥିଲେ। ପରେ କୋହଲି ୮୫ ରନ୍‌ କରି ଆଉଟ ହୋଇଯିବା ପରେ ଜାଡେଜା ଓ ସାର୍ଦ୍ଦୁଲ ଠାକୁର ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ।

Comment