ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାରବାଟୀ ଦିନିକିଆ ଜିତିବାକୁ ହେଲେ ଭାରତକୁ ୩୧୬ ରନ୍‌ର ଟାର୍ଗେଟ ପୂରଣ କରିବାକୁ ହେବ। ପ୍ରଥମେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜ ଦଳ ୫୦ ଓଭରରେ ୫ ଓ୍ଵିକେଟ ହରାଇ ୩୧୫ ରନ୍‌ କରିବାକୁ ସକ୍ଷମ ହୋଇଛି। ଦଳ ପକ୍ଷରୁ ନିକୋଲସ ପୂରଣ ଓ କିରଣ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା।

ପ୍ରଥମେ ଟସ୍‌ ଜିତି ଭାରତ ଓ୍ଵେଷ୍ଟଇଣ୍ଡିଜକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଓ୍ଵେଷ୍ଟଇଣ୍ଡିଜ ଦଳର ଓପନର ଇଭିନ୍‌ ଲୁଇସ ଓ ସାଇ ହୋପ୍‌ ଦାୟିତ୍ଵର ସହ ବ୍ୟାଟିଂ ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୫୭ ହୋଇଥିବା ବେଳେ ଲୁଇସ ୨୧ ରନ୍‌ କରି ପାଭିଲିୟନ ଫେରିଯାଇଥିଲେ।

ପରେ ତୃତୀୟ ଓ ଚତୁର୍ଥ ଓ୍ଵିକେଟରେ ପୋଲାର୍ଡ ଓ ପୂରଣ ଯୋଗ ଦେଇ ବିସ୍ଫୋରକ ଖେଳ ଆରମ୍ଭ କରିଥିଲେ। ପୂରଣ ୮୯ ରନ୍‌ କରି ଆଉଟ ହୋଇଯାଇଥିବା ବେଳେ ପୋଲାର୍ଡ ୫୧ ବଲ୍‌ରୁ ୭୪ ରନ୍‌ କରି ଅପରାଜିତ ରହିଥିଲେ। ଏଥିରେ ସେ ୭ଟି ଛକା ୩ ଚୌକା ମାରିଥିଲେ। ଫଳରେ ଓ୍ଵେଷ୍ଟଇଣ୍ଡିଜ ୩୧୫ ରନ କରିପାରିଥିଲା।

ଭାରତ ପକ୍ଷରୁ ସୈନୀ ୨ଓ୍ଵିକେଟ ନେଇଥିବା ବେଳେ ମହମ୍ମଦ ସାମି, ସାର୍ଦ୍ଦୁଲ ଠାକୁର ଓ ଜାଡେଜା ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି। ବର୍ତ୍ତମାନ ଭାରତକୁ ଜିତିବାକୁ ହେଲେ ୩୧୬ ରନ୍‌ର ଟାର୍ଗେଟ ପୂରଣ କରିବାକୁ ହେବ।

Comment