ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ବାରବାଟୀ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଛନ୍ତି ଭାରତର ଦୁଇ ଓପନର। ଦୁଇ ଓପନର ରୋହିତ-ରାହୁଲ ବ୍ୟକ୍ତିଗତ ଭାବେ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଛନ୍ତି।

ଏହାସହ ଟିମ୍ ଇଣ୍ଡିଆର ସ୍କୋର ୧୦୦ରନ୍ ପାର କରିଛି। ଭାରତ- ୱେଷ୍ଟଇଣ୍ଡିଜ୍ ନିର୍ଣ୍ଣାୟକ ଦିନିକିଆରେ ଭାରତ ପାଇଁ ୩୧୬ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ୱେଷ୍ଟଇଣ୍ଡିଜ୍।

ବର୍ତ୍ତମାନ ସିରିଜ ୧-୧ରେ ବରାବର ରହିଛି। ବାରବାଟୀରେ ଯେଉଁ ଦଳ ମ୍ୟାଚ୍ ଜିତିବ ସେ ହିଁ ସିରିଜ ଉପରେ କବଜା କରିବ।

Comment