ଓଡ଼ିଶାଲାଇଭ୍‌ ବ୍ୟୁରୋ

jagannath

ପୁରୀ: ଡିସେମ୍ବର ୨୫ ବଡ଼ଦିନ ଅବସରରେ ରାତିସାରା ଖୋଲା ରହିବ ଶ୍ରୀମନ୍ଦିରର ଦ୍ୱାର। ଶ୍ରଦ୍ଧାଳୁମାନେ ରାତି ସାରା ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ଚଳିତବର୍ଷ ବଡଦିନରେ କାହିଁକି ସୋଇବେନି କାଳିଆ ସାଆନ୍ତେ? ଆସନ୍ତୁ ଜାଣିବା।

ଆସନ୍ତା ଡିସେମ୍ଵର ୨୬ ତାରିଖରେ ସୂର୍ଯ୍ୟପରାଗ ଲାଗୁଛି। ସେଥିପାଇଁ ଡିସେମ୍ବର ୨୫ ବୁଧବାର ସନ୍ଧ୍ୟା ୮ଟା ୨୦ ମିନିଟରୁ ଶ୍ରୀମନ୍ଦିରରେ ପାକ୍ ନିଷେଧ କରାଯିବ। ଏହା ସହ ମନ୍ଦିରର ଅନ୍ନଭୋଜନ ଓ ଦେବନୀତି ମଧ୍ୟ ବନ୍ଦ ରହିବ। ଶ୍ରୀମନ୍ଦିରରେ ନୀତିକାନ୍ତି ନ ହେବାରୁ ୨୫ ତାରିଖ ରାତିସାରା ଶ୍ରୀମନ୍ଦିରର ଦ୍ୱାର ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

ତେବେ ଶ୍ରଦ୍ଧାଳୁମାନେ କେତେ ସମୟ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ସେନେଇ ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତି ନିଆଯାଇ ନାହିଁ। ୨୬ ତାରିଖ ସୂର୍ଯ୍ୟଗ୍ରହଣ ପରେ ମହାସ୍ନାନ ହେବା ପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଆରମ୍ଭ ହେବ।

Comment