ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଆଗକୁ ବଡଦିନ ଆସୁଥିବାରୁ କୋଣାର୍କ, ଚନ୍ଦ୍ରଭାଗା ଓ ରାମଚଣ୍ତୀରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ। ବିଶ୍ଵପ୍ରସିଦ୍ଧ କୋଣାର୍କକୁ ଦେଶ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ପ୍ରତ୍ୟେକ ଦିନ ବୁଲି ଆସିଥାନ୍ତି। ହେଲେ ଆଗକୁ ବଡ଼ଦିନ ଓ ନୂଆବର୍ଷ ଥିବାରୁ ଏବେଠୁ କୋଣାର୍କରେ ଭିଡ଼ ଆରମ୍ଭ ହୋଇଗଲାଣି।

ସକାଳୁ ସକାଳୁ ଚଦ୍ରଭାଗାରେ ସ୍ନାନ ସାରି ସୂର୍ଯ୍ୟ ଦର୍ଶନ କରିବା ସହିତ ବେଳାଭୂମିରେ ଶିତୁଆ ପାଗର ମଜା ଉଠାଉଛନ୍ତି ପର୍ଯ୍ୟଟକ। ସେଠାରୁ ସିଧା ବୁଲି ଆସନ୍ତି ବିଶ୍ଵପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ। ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଭିଡ଼ ଯୋଗୁଁ ଅନେକ ପର୍ଯ୍ୟଟକ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଦୀର୍ଘ ସମୟ ଧରି ପର୍ଯ୍ୟଟକ ଲମ୍ଵା ଲାଇନରେ ଠିଆହୋଇ ରହିଥିଲେ ମଧ୍ୟ ଟିକେଟ ମିଳିପାରିନଥିଲା। ଏହାସହ ମନ୍ଦିର ଭିତରେ ଶୁଦ୍ଧ ପାନୀୟ ଜଳ, ଶୌଚାଳୟ ଓ ଆଶ୍ରୟସ୍ଥଳ ନଥିବାରୁ ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

Comment