ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇପିଏଲର ୧୩ତମ ସଂସ୍କରଣ ପାଇଁ ଖେଳାଳି ନିଲାମ ପକ୍ରିୟା ଶେଷ ହୋଇସାରିଛି। ଆଉ ମାତ୍ର ଅଳ୍ପମାସର ବ୍ୟବଧାନ ପରେ ଆରମ୍ଭ ହୋଇଯିବ ବିଶ୍ୱର ସବୁଠାରୁ ଧନୀଶାଳୀ କ୍ରିକେଟ ଲିଗ୍। କିନ୍ତୁ ଏଥର ଆଇପିଏଲରେ ଭାଗନେଉଥିବା ସମସ୍ତ ଦଳର କ୍ୟାପଟେନ୍ କେଉଁମାନେ ହେବେ ତାହା ଆପଣ ଜାଣିଛନ୍ତି କି?

ଗତ ଥରର ଯେଉଁ ଖେଳାଳିମାନେ ଅଧିନାୟକ ହୋଇଥିଲେ ଏଥର ଆଇପିଏଲରେ ଏଥିରେ ସାମାନ୍ୟ ପରିବର୍ତ୍ତନ ହେବ। ଗତ ବର୍ଷ ଦଳ ପାଇଁ କ୍ୟାପଟେନ୍ ସାଜିଥିବା କିଛି ଖେଳାଳି ଏଥର ଦଳର ନେତୃତ୍ୱ ନେବେ ନାହିଁ।ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ଦଳର ମାନ୍ୟତା ପାଇଥିବା ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ତାର ନିୟମିତ ଅଧିନାୟକ ରୋହିତ ଶର୍ମା ନେବେ। ଏହାବାଦ୍ ଏଥର କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ଦଳର ନୂଆକରି ନେତୃତ୍ୱ ନେବେ କେ ଏଲ୍ ରାହୁଲ।

ସେହିପରି ଚେନ୍ନାଇ ସୁପର କିଙ୍ଗସର ନେତୃତ୍ୱ କ୍ୟାପଟେନ୍ କୁଲ୍ ଧୋନି ନେଉଥିବାବେଳେ ଦିଲ୍ଲୀ କ୍ୟାପିଟାଲ୍ସର ଭାର ସମ୍ଭାଳିବେ ଶ୍ରେୟାସ ଆୟାର। ଅନ୍ୟପଟେ ଦିନେଶ କାର୍ତ୍ତିକଙ୍କୁ କୋଲକାତା ନାଇଟ୍ ରାଇଡର୍ସର କମାଣ ଦିଆଯିବ।ପ୍ରଥମ ଆଇପିଏଲ୍ ଚାମ୍ପିୟନ ରାଜସ୍ଥାନ ରୟାଲ୍ସର ନେତୃତ୍ୱ ନେବେ ଅଷ୍ଟ୍ରେଲୀୟ ଖେଳାଳି ଷ୍ଟିଭ୍ ସ୍ମିଥ୍। ତାଙ୍କ ସହ ଏହି ଅଧିନାୟକ ଲିଷ୍ଟରେ ସାମିଲ ହେବେ କେନ୍ ୱିଲିୟମସନ୍। ସେ ଏଥର ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେବେ। ଶେଷରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ଦଳ ରୟାଲ୍ସ ଚାଲେଞ୍ଜର୍ସ ବେଙ୍ଗାଳୁରୁର ନେତୃତ୍ୱ ନେବେ।

ତେବେ ଏନେଇ ଆଇପିଏଲ ଦଳ ତରଫରୁ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ।

Comment