ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ୮୧ଟି ସିଟ୍‌ ପାଇଁ ଭୋଟ୍‌ ଗଣନା ଜାରି ରହିଛି। ବର୍ତ୍ତମାନର ଟେଣ୍ଡ୍‌ ଦେଖିବାକୁ ଗଲେ ଜେଏମ୍‌ଏମ୍‌-କଂଗ୍ରେସ-ଆର୍‌ଜେଡି ମେଣ୍ଟ ଝାଡ଼ଖଣ୍ଡରେ ବହୁମତ ହାସଲ କରିଛି। ଫଳରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌)ର ଅଧ୍ୟକ୍ଷ ହେମନ୍ତ ସୋରେନ୍‌ ମୁଖ୍ୟମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଛି।

ନିର୍ବାଚନରେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କ ପରାଜୟ ହୋଇଛି। ନିଜ ପରାଜୟକୁ ସ୍ୱୀକାର କରି ରଘୁବର କହିଛନ୍ତି, “ଏହା ହେଉଛି ମୋର ପରାଜୟ, ଦଳର ନୁହେଁ। ମୁଁ ଗତ ୫ ବର୍ଷ ଧରି ସଚ୍ଚୋଟତାର ସହ ଝାଡ଼ଖଣ୍ଡର ସେବା କରିଛି, ଆଗକୁ ମଧ୍ୟ କରୁଥିବି।”

ସେହିପରି ଝାଡ଼ଖଣ୍ଡରେ ଜେଏମ୍‌ଏମ୍‌ର ବିଜୟ ପରେ ଅଧ୍ୟକ୍ଷ ହେମନ୍ତ ସୋରେନ୍‌ ଝାଡ଼ଖଣ୍ଡ ଜନତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସମର୍ଥନ ପାଇଥିବାରୁ ଜନତାଙ୍କ ପାଖରେ ଚୀର ଋଣି ବୋଲି ସୋରେନ୍‌ କହିଛନ୍ତି। ଏହାସହ ବିଜୟ ପାଇଁ ସୋରେନ୍‌ ଆର୍‌ଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଏବଂ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment