ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ ସୋମବାର ଘୋଷିତ ହୋଇଛି। ଜେଏମ୍‌ଏମ, କଂଗ୍ରେସ, ଆରଜେଡି ମହାମେଣ୍ଟକୁ ପ୍ରଚଣ୍ଡ ବହୁମତ ମିଳିଛି। ସମୁଦାୟ ୮୧ଟି ଆସନରୁ ମହାମେଣ୍ଟ ୪୭ଟି ଆସନରେ ବହୁମତ ହାସଲ କରିଛି।

ଏହି ବିଜୟ ପରେ ଏବେ ମହାମେଣ୍ଟର ନେତା ସରକାର ଗଠନ କରିବାକୁ ଦାବି ଉପସ୍ଥାପନ କରିବେ। ସୂଚନା ଅନୁସାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଜେଏମଏମ୍‌ ମୁଖ୍ୟ ହେମନ୍ତ ସୋରେନ ଡିସେମ୍ବର ୨୭ରେ ଶପଥ ଗ୍ରହଣ କରିବେ। ରାଞ୍ଚିର ମୋହରାବାଦୀ ପଡ଼ିଆରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ ବୋଲି ଜଣାପଡ଼ିଛି।

ସରକାର ଗଠନ ପ୍ରସଙ୍ଗରେ ସେ ଆଜି ଦିଲ୍ଲୀ ଯାଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ଭେଟି ସୋରେନ ଆଲୋଚନା ଆଲୋଚନା କରିବୋ

Comment