ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଏଥର ନୂଆବର୍ଷ ପାଳିବେ ଆକାଶ ଦାସନାୟକ।

ନୂଆବର୍ଷ ସମସ୍ତଙ୍କ ପାଇଁ କିଛି ନୂଆ ଆଶା, ଉତ୍ସାହ ଓ ଆନନ୍ଦ ନେଇ ଆସେ ଏବଂ ଜୀବନକୁ ସୁନ୍ଦର କରିଦିଏ। ଅନେକ ଅତୀତରେ ଘଟିଥିବା ଖରାପ ଘଟଣାକୁ ବା ଖରାପ ସ୍ମୃତିକୁ ଭୁଲିଯିବାକୁ ସ୍ଥିର କରନ୍ତି। ଆଉ ନୂଆବର୍ଷରୁ ନୂଆ କରି ଜୀବନ ଆରମ୍ଭ କରିବାକୁ ଯୋଜନା କରନ୍ତି। ଏହାର ଆରମ୍ଭ ଜୋରଦାର ସେଲିବ୍ରେସନରୁ ହୁଏ। ସମସ୍ତେ ନିଆରା ଭାବରେ ନୂଆବର୍ଷକୁ ପାଳନ କରିବାକୁ ଯୋଜନା କରିଥାନ୍ତି। ସେମିତି କିଛି ଯୋଜନା ଓଲିଉଡ ଅଭିନେତା ତଥା ‘ମୋ କଲେଜ’ ଅଧ୍ୟକ୍ଷ ଆକାଶ ଦାସନାୟକଙ୍କର ରହିଛି।

 ଆସନ୍ତୁ ଜାଣିବା ଆକାଶ ଏଥର ନୂଆବର୍ଷ ପାଳନ କରିବାକୁ କ’ଣ ଯୋଜନା ରଖିଛନ୍ତି?

ଓଡ଼ିଶାଲାଇଭ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ଆକାଶ କହିଛନ୍ତି,‘‘ ନୂଆବର୍ଷରେ ମୁଁ କିଛି କରେ କି ନକରେ ମୁଁ ମୋ ପରିବାର ସହ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରେ। ଏଥର ବି ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ମାଗିବି ଯେ ଏ ବର୍ଷଟି ସମସ୍ତଙ୍କର ଭଲରେ କଟୁ ଏବଂ ମୋ ଦ୍ୱାରା କିଛି ଭଲ କାର୍ଯ୍ୟ ହେଉ’’।

ରାଜ୍ୟ ସରକାର ଆରମ୍ଭ କରିଥିବା ‘ମୋ କଲେଜ’ ଅଭିଯାନର ଅଧ୍ୟକ୍ଷ ଅଛନ୍ତି ଆକାଶ। ସେହି ଦୃଷ୍ଟିରୁ ତାଙ୍କ ଉପରେ ବହୁ ଗୁରୁ ଦାୟିତ୍ୱ ଥିବା ସେ ଓଡ଼ିଶାଲାଇଭକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି।

ସେ ଆହୁରି କହିଛନ୍ତି, ‘‘ନୂଆବର୍ଷଟି ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି, କାରଣ ଏ ବର୍ଷ ମୋ ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି।  ‘ମୋ କଲେଜ’ ଅଭିଯାନଟିକୁ କେମିତି ପ୍ରତି ପୁରାତନ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବି ସେ ଦିଗରେ ଦୃଷ୍ଟି ଦେବି।’’

‘‘ଜଣେ ଅଭିନତା ଭାବରେ ନୂଆବର୍ଷରେ ଓଡ଼ିଆ ଫିଲ୍ମ ଜଗତକୁ କିଛି ଭଲ ଫିଲ୍ମ ଦେଇ ଦର୍ଶକଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିବି’’, କହିଛନ୍ତି ଆକାଶ।

ଅନେକ ଦିନରୁ ଫିଲ୍ମ ଦୁନିଆଁରୁ ଦୂରରେ ଅଛନ୍ତି ଆକାଶ, ହେଲେ ଖୁବଶୀଘ୍ର ସେ ପରଦାକୁ ଫେରିବାକୁ ଯାଉଛନ୍ତି। ୨୦୨୦ରେ ଆକାଶଙ୍କ ଅଭିନୀତ ଏକ ଫିଲ୍ମ ‘ହିରୋଗିରି’ ରିଲିଜ ହେବାକୁ ଯାଉଛି। ଏହାବ୍ୟତୀତ ସେ ଆଉ ଦୁଇଟି ନୂଆ ପ୍ରୋଜେକ୍ଟରେ କାମ କରୁଛନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment