ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଚର୍ଚ୍ଚିତ ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୋଲିସ୍‌ ମଙ୍ଗଳବାର ଚାର୍ଜସିଟ୍‌ ଦାଖଲ କରିଛି। ଗଣଦୁଷ୍କର୍ମ ଘଟଣାର ୨୦ ଦିନ ଭିତରେ ପୋଲିସ ଚାର୍ଜସିଟ୍‌ ଦାଖଲ କରିଛି। ଏଥିସହ ଫାଷ୍ଟଟ୍ରାକ କୋର୍ଟରେ ମାମଲାର ଶୁଣାଣି ପାଇଁ ନିବେଦନ କରାଯାଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବହିଷ୍କୃତ କନେଷ୍ଟବଳ ଜିତେନ୍ଦ୍ର ସେଠୀ ସହ ଆଉ ୫ ଗିରଫ ହୋଇଛନ୍ତି।

ଡିସେମ୍ବର ୩ରେ ଏହି ଘଟଣା ଘଟିଥିଲା। ପୋଲିସ ପରିଚୟ ଦେଇ ୪ ଜଣ ଯୁବକ ଜଣେ ଯୁବତୀଙ୍କୁ ନିମାପଡ଼ାରୁ ନେଇ ପୁରୀରେ ପୋଲିସ କ୍ୱାର୍ଟର୍ସରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଯୁବତୀ ଜଣକ ପୁରୀ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ।

https://chat.whatsapp.com/JbiFeChOJ141BO7qioQFpj

Comment