ଓଡ଼ିଶାଲାଇଭ୍ ବ୍ୟୁରୋ
(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲାର ଭୀମକୁଣ୍ଡ ପର୍ଯ୍ୟଟନ ସ୍ଥଳରେ ଅଘଟଣ। ବଡ଼ଦିନରେ ଅବସରରେ ପିକନିକ କରିବା ପାଇଁ ଭୀମକୁଣ୍ଡ ଆସି ଗଭୀର ଜଳରେ ଭାସିଗଲେ ଯୁବକ। ବର୍ତ୍ତମାନ ସୁଦ୍ଧା କୌଣସି ଖୋଜ ଖବର ମିଳିପାରିନାହିଁ। ଯୁବକ ଜଣକର ମଧ୍ୟ କୌଣସି ପରିଚୟ ମିଳିପାରି ନାହିଁ।
ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।