ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁସ୍ଥ ଜୀବନ ପାଇଁ ସୁସ୍ଥ ହାର୍ଟ ନିହାତି ଜରୁରୀ। ନିୟମିତ ବ୍ୟାୟାମ ସହ ଡାଏଟ୍‌ ଉପରେ ଧ୍ୟାନ ଦେଲେ ହାର୍ଟ ସୁସ୍ଥ ରହିଥାଏ। ଜାଣନ୍ତୁ, କେଉଁ ସବୁ ଖାଦ୍ୟ ଖାଇଲେ ଆପଣଙ୍କ ହାର୍ଟ ସୁସ୍ଥ ରହିବ।

ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ

ହାର୍ଟକୁ ସୁସ୍ଥ ରଖିବାକୁ ହେଲେ ଖାଦ୍ୟରେ ଭିଟାମିନ୍‌ ସି ଯୁକ୍ତ ଖାଦ୍ୟ ସାମିଲ କରିବା ନିହାତି ଜରୁରୀ। କଳମା, ଲେମ୍ବୁକୁ ନିଜ ପ୍ରତିଦିନର ଖାଦ୍ୟରେ ସାମିଲ କରନ୍ତୁ। ଭିଟାମିନ୍ ସି ହାର୍ଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିଥାଏ।

ଓଟ୍ସ

ଫାଇବର ଗୁଣରେ ଭରପୂର ଥିବା ଓଟ୍ସ କୋଲେଷ୍ଟ୍ରଲ୍‌ କମ୍‌ କରିବାରେ ସାହାଯ୍ୟ କରିଥାଏ। ଓଟ୍ସରେ ବିଟା ଗ୍ଲୁକନ୍‌ ଭଳି ତତ୍ୱ ରହିଥାଏ, ଯାହା ଚର୍ବିକୁ କମ୍‌ କରିବାରେ ସହାୟକ ହୋଇଥାଏ। ଓଟ୍ସକୁ ଆପଣ ରୁଟି ପ୍ରସ୍ତୁତ କରି ଖାଇପାରିବେ।

ନଟ୍ସ

ଭିଟାମିନ୍‌ ଇରେ ପରିପୂର୍ଣ୍ଣ ବାଦାମ ଏବଂ ଆଲମଣ୍ଡ ହାଟଁ ପାଇଁ ବେଶ୍‌ ଭଲ। ଏହି ନଟ୍ସ ଏଲ୍‌ଡିଏଲ୍‌ କୋଲେଷ୍ଟ୍ରଲକୁ କମ୍‌ କରିବାରେ ସହାୟକ ହୋଇଥାଏ। ଏହାସହ ନଟ୍ସରେ ଓମେଗା-୩ ଫ୍ୟାଟି ଏସିଡ୍‌ ମିଳିଥାଏ।

Comment