ଓଡ଼ିଶାଲାଇଭ୍ ବ୍ୟୁରୋ

ଏହି ଦଶନ୍ଧିରେ ଶ୍ରେଷ୍ଠ  ଅଧନାୟକ କିଏ? ବୁଧବାର ଏପରି ଏକ ପ୍ରଶ୍ନକୁ  କ୍ରିକେଟ୍ ଫ୍ୟାନଙ୍କୁ ପଚାରିଥିଲା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)। ଏହାର ଉତ୍ତର ଦେଇ ଫ୍ୟାନମାନେ କେବଳ ଧୋନୀଙ୍କ ନାଁ ହି କହିଛନ୍ତି।

ଗତ ୨୫ ତାରିଖରେ ଆଇସିସି ଟୁଇଟ କରି ଲେଖିଥିଲା ଯେ, ଏହି ଦଶନ୍ଧିର ଶ୍ରେଷ୍ଠ ଅଧିନାୟକ କିଏ? ଏହାପରେ ପ୍ରଶଂସକମାନେ ଏହାକୁ ନେଇ ଭିନ୍ନ ଭିନ୍ନ ଉତ୍ତର ରଖିଥିଲେ। ଏହାମଧ୍ୟରୁ ଅଧିକାଂଶ ଉତ୍ତର ମହେନ୍ଦ୍ର ସିଂହ ହିଁ ଆସିଥିଲା।କେତେକ ଫ୍ୟାନ୍ ଧୋନୀଙ୍କୁ କେବଳ ଶ୍ରେଷ୍ଠ ଅଧିନାୟକ ନୁହେଁ ଏହାସହ ସେ ଶ୍ରେଷ୍ଠ ୱିକେଟ୍ କିପର ଓ ଶ୍ରେଷ୍ଠ ଫିନିସର୍ ବୋଲି ମଧ୍ୟ କହିଥିଲେ। ଏହାସହ କେତେକ ବିଦେଶୀ ନାଗରିକମାନେ ମଧ୍ୟ ଧୋନିଙ୍କୁ ଦଶନ୍ଧିର ଶ୍ରେଷ୍ଠ କ୍ୟାପଟେନ୍ ବୋଲି କହିଛନ୍ତି।ଧୋନି ହିଁ ଏକମାତ୍ର କ୍ୟାପଟେନ୍ ଯିଏ ଦିନିକିଆ ବିଶ୍ୱକପ ସହ ଟି-ଟ୍ୱେଣ୍ଟି ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି ଜିତିଛନ୍ତି। ୨୦୦୭ ମସିହାରେ ଧୋନୀ ପ୍ରଥମ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତିଥିଲେ। ଏହାପରେ ୨୦୧୧ ମସିହାରେ ଭାରତ ଧୋନୀଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଜିତିଥିଲା। ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ଚାମ୍ପିୟନ୍ସ ଟ୍ରଫି ମଧ୍ୟ ଜିତିଥିଲା।

Comment