ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡ଼ା ଓ ଛତିଶଗଡ଼ ଜିଲ୍ଲାର ଚିତ୍ରକୁଟଠାରେ ଓଡିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଆରମ୍ଭ ହେବ ସାହିତ୍ୟ ମହୋତ୍ସବ ‘କାକର’। ଏହା ୨୦୨୦ ଫେବ୍ରୁଆରି ୧ ଓ ୨ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବ। ଏଥିପାଇଁ ଗଠିତ ହୋଇଥିବା କମିଟିରେ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଅଧ୍ୟକ୍ଷ ଓ ଯୋଗେନ୍ଦ୍ର ସ୍ୱାଇଁ ଉପାଧ୍ୟକ୍ଷ ରହିଛନ୍ତି।

ସେହିପରି ଏଥିରେ ସଭ୍ୟ ରହିଛନ୍ତି କୁଞ୍ଜବିହାରୀ ଦାସ, ଧରମ ସିଂ, ଆର ପ୍ରଭାକର ରାଓ। ଏଥିପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ଗୀତମଣି ସମରଥ, ଉପ।ଧ୍ୟକ୍ଷା ପଦ୍ମା ସାଇ ମାଳିଙ୍କ ଉପସ୍ଥିତିରେ ଏକ ଜିଲ୍ଲା କମିଟି ଗଠନ କରାଯାଇଥିଲା। ଏହି ବୈଠକରେ ଜିଲ୍ଲା ସଂଯୋଜକ ଓ ୧୦ଟି ବ୍ଲକର ସଂଯୋଜକମାନେ ମନୋନୀତ ହୋଇଥିଲେ।

‘କାକର’ର ପ୍ରଥମ ଦିନରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ଲୋକସ।ହିତ୍ୟ, ଲୋକ ସଙ୍ଗୀତ, ଓଡିଶା ସାହିତ୍ୟର ବିଭବ, ସୁଗମ ସଙ୍ଗୀତ, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ପାଇଁ  ବ୍ୟକ୍ତି ବିଶେଷଙ୍କୁ ସମ୍ଵର୍ଦ୍ଧିତ କରିବା ସହ ବିଭିନ୍ନ ଲେଖକ ଓ ଲେଖିକାଙ୍କ ପୁସ୍ତକ ଲୋକାର୍ପିତ କରାଯିବ। ଦ୍ଵିତୀୟ ଦିନରେ ଜଗଦଲପୁର ନିକଟସ୍ଥ ଚିତ୍ରକୁଟଠାରେ କବିତା ଉତ୍ସବ ଅନୁଷ୍ଠିତ ହେବ।

ଏହି ବୈଠକରେ ‘କାକର’ର ଉପସଭାପତି ଅଶୋକ କୁମାର ପଟ୍ଟନାୟକ, ‘କାକର’ ସମ୍ପାଦକ ରାମ ପ୍ରସାଦ ପାତ୍ର, ଚିତ୍ରସେନ ସାମନ୍ତରାୟ, ସୁନୀଲ କୁମାର ପଟ୍ଟନାୟକ, ବିଜୟ କୁମାର ପଟ୍ଟନାୟକ, ଲିଙ୍ଗରାଜ ଦାସ, ମଦନ ମୋହନ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ।

Comment