ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କାକଟପୁରରେ ଲଜ୍ୟା। ଆଶ୍ରମରେ ପଶି ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ। ମହିଳା ଜଣକ ନିଜକୁ ବଞ୍ଚାଇବାକୁ ଅଭିଯୁକ୍ତର ଜିଭକୁ କାମୁଡ଼ି ଛିଣ୍ଡାଇ ଦେଇଛନ୍ତି। ଏଭଳି ଘଟଣା ଘଟିଛି କାକଟପୁର ଅଞ୍ଚଳରେ ଥିବା ଏକ ଆଶ୍ରମରେ। ଏନେଇ ପୀଡ଼ିତା ଜଣକ ଥାନାରେ ଏତଲା ଦେଇଛନ୍ତି।

ଆଶ୍ରମରେ ଏକାକି ଥିବାର ସୁଯୋଗ ନେଇ ଜଣେ ଯୁବକ ଆଶ୍ରମ ଭିତରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ପରେ ଉଦ୍ୟମରେ ବିଫଳ ହେବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ମୁହଁରେ କପଡା ବାନ୍ଧି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ।

ପୀଡ଼ିତା ମହିଳା ଜଣକ ଆଶ୍ରମର ମାତାଜୀ ଭାବେ କାର୍ଯ୍ୟ କରୁଥିଲେ। ସକାଳ ପ୍ରାୟ ୪.୩୦ସମୟରେ ମହିଳା ଜଣକ ଶୌଚ ହେବାକୁ ବାଡ଼ି ପଛକୁ ଯାଇଥିବା ବେଳେ ଦୁଷ୍କର୍ମ ଉଦ୍ୟମ ହୋଇଥିଲା। ପୀଡ଼ିତା ନିଜକୁ ବଞ୍ଚାଇବାକୁ ଯାଇ ଅଭିଯୁକ୍ତର ଜିଭ କାମୁଡ଼ି ଛିଣ୍ତାଇ ଦେଇଛନ୍ତି। ବର୍ତ୍ତମାନ ନ୍ୟାୟ ପାଇଁ ଥାନାର ଆଶ୍ରୟ ନେଇଛନ୍ତି ପୀଡ଼ିତା। କାକଟପୁର ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

1 COMMENT

  1. ଓଠ କାମୁଡି ଦେଇଥିବ । ଓଠ ବା ଜିଭ କାମୁଡ଼ା ପଯ୍ୟନ୍ତ କଥା ଗଲା କେମିତି ଇଏ ରାଜି ନଥାଇ ଏତେ ବାଟ ଗଲା ।

Comment