ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିଭି ଅଭିନେତା କୁଶଳ ପଞ୍ଜାବୀ ଆତ୍ମହତ୍ୟା କରିଛନ୍ତି। ଗୁରୁବାର ରାତିରେ କୁଶଳଙ୍କ ମୁମ୍ବାଇସ୍ଥିତ ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ୩୭ ବର୍ଷ ବୟସରେ କୁଶଳଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କ’ଣ ପାଇଁ ସେ ଆତ୍ମହତ୍ୟା ଭଳି ଏକ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନାହିଁ।  ଶୁକ୍ରବାର ଦିନ ୧ଟାରେ କୁଶଳଙ୍କ ଅନ୍ତିମ ସଂସ୍କାର କରାଯିବ।

ଅଭିନେତା କରଣ ସିଂହ ବୋହରା ଇନଷ୍ଟାଗ୍ରାମ ଜରିଆରେ ଦର୍ଶକଙ୍କୁ ଏହି ଖବର ଦେଇଥିଲେ। କରଣ ଏବଂ କୁଶଳ ଭଲ ସାଙ୍ଗ ଥିଲେ। କୁଶଳଙ୍କ ମୃତ୍ୟୁ ପରେ କରଣ ଇନଷ୍ଟାଗ୍ରାମରେ ଏକ ଇମୋସନାଲ ପୋଷ୍ଟ କରିଛନ୍ତି।

କୁଶଳ ୨୦୧୫ରେ ବିବାହ କରିଥିଲେ। ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି। ଶେଷଥର ପାଇଁ କୁଶଳ ସିରିଏଲ ଇଶ୍କ ମେ ମରଜାଓ୍ୱାଁରେ ନଜର ଆସିଥିଲେ। ଏହାଛଡ଼ା ସେ ବିଭିନ୍ନ ଫିଲ୍ମ ଓ ଟିଭି ସୋ’ରେ ବି କାମ କରିଛନ୍ତି।

Comment