ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ୫ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପ ପ୍ରସ୍ତାବକୁ ସିଙ୍ଗଲୱିଣ୍ଡୋ ଅନୁମୋଦନ ମିଳିଛି। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଙ୍ଗଲୱିଣ୍ଡୋ କମିଟି ବୈଠକରେ ପର୍ଯ୍ୟଟନ, ଇସ୍ପାତ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି ସଂକ୍ରାନ୍ତୀୟ ୫ଟି ପୁଞ୍ଜି ନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।

ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧, ୨୬, ୫୦ ଜଣ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ଖୋର୍ଦ୍ଧା ଇନ୍‌ଫୋଭ୍ୟାଲିସ୍ଥିତ ଇଏମ୍‌ସି ପାର୍କଠାରେ ୧.୪୪ ଲକ୍ଷ ବର୍ଗ ମିଟର କ୍ଷମତା ବିଶିଷ୍ଟ ପ୍ରିଣ୍ଟେଡ୍‌ ସର୍କିଟ୍‌ ବୋର୍ଡ ୯୬.୮୦ କୋଟି ଟଙ୍କାର ସୂଚନା ପ୍ରଯୁକ୍ତି ଓ ଇଲେକ୍ଟ୍ରୋନିକ୍‌ ସିଷ୍ଟମ ଡିଜାଇନ୍‌ ଓ ମାନୁଫାକ୍‌ଚରିଂ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଫଳରେ ୪୨୫ଟି ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।

ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୮୫.୯୪ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଡେରାସ ସି-ଫୁଡ୍‌ ପାର୍କଠାରେ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍‌ରେ ଏହି ଅତିରିକ୍ତ ନିବେଶ ହେବ। ଏଠାରେ ୫୮୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଖୋର୍ଦ୍ଧା ଜିଲ୍ଲାରେ ଏକ ଅବସର ବିନୋଦନ ପାର୍କ ପାଇଁ ୧୦୭.୧୦ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଠାରେ ପ୍ରାୟ ୫୦୦ ଲୋକଙ୍କୁ ନିଯୁକ୍ତି ମିଳିପାରିବ। ଭୁବନେଶ୍ୱରରେ ୪ ତାରକା ହୋଟେଲ ନିର୍ମାଣ ପାଇଁ ୫୯.୦୮ କୋଟି ଟଙ୍କାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ ୧୬୭ ଜଣଙ୍କୁ ନୂଆ ନିଯୁକ୍ତି ମିଳି ପାରିବ।

କେନ୍ଦୁଝର ଜିଲ୍ଲାରେ ଇଣ୍ଟିଗ୍ରେଟେଡ୍‌ ଇସ୍ପାତ ପ୍ଲାଣ୍ଟର ସଂପ୍ରସାରଣ ଓ ଆଧୁନିକୀକରଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ ୫୭୩.୪୧ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଏଥଇରେ ୯୭୮ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରିବ।

Comment