ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରି ୭ରେ ଲଞ୍ଚ୍‌ ହେବ ରିଅଲମିର ପ୍ରଥମ 5G ସ୍ମାର୍ଟଫୋନ୍‌ ଏକ୍ସ୫୦।

ଚୀନ୍‌ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନି ରିଅଲମି ଏହାର ପ୍ରଥମ 5G ସ୍ମାର୍ଟଫୋନ୍‌ ଲଞ୍ଚ୍‌ କରିବା ପାଇଁ ପ୍ରସ୍ତୁତ ହେଉଛି। ଏହାର ନାଁ ହେଉଛି Realme X50 ସ୍ମାର୍ଟଫୋନ୍‌। ଏନେଇ କମ୍ପାନି ଏହାର ଟିଜର ଜାରି କରିଥିଲା। ତେବେ ଲଞ୍ଚ୍‌ ପୂର୍ବରୁ ବର୍ତ୍ତମାନ ସ୍ମାର୍ଟଫୋନ୍‌ର ଫଟୋ ସାମ୍ନାକୁ ଆସିଛି।

ଆସନ୍ତା ଜାନୁଆରି ୭ରେ ଚୀନ୍‌ରେ ଲଞ୍ଚ୍‌ ହେବ Realme X50 ସ୍ମାର୍ଟଫୋନ୍‌। ଏହି ସ୍ମାର୍ଟଫୋନ୍‌ର ଫଟୋ ଦେଖିବାକୁ ଗଲେ ଏଥିରେ  Realme 5 Pro ସ୍ମାର୍ଟଫୋନ୍‌ ଭଳି କ୍ୱାଡ୍ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏହାସହ ସ୍ମାର୍ଟଫୋନ୍‌ ପଛରେ ଫିଙ୍ଗରପ୍ରିଣ୍ଟ ସେନ୍ସର ନଥିବା ଦେଖିବାକୁ ମିଳିଛି। ଫଳରେ ଏଥିରେ ଇନ୍‌ ଡିସ୍‌ପ୍ଲେ କିମ୍ବା ସାଇଡ୍‌ ସେନ୍ସର ଫିଙ୍ଗରପ୍ରିଣ୍ଟ ଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, Realme X50 ସ୍ମାର୍ଟଫୋନ୍‌ରେ କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ ୭୬୫ଜି ପ୍ରୋସେସର ଦିଆଯାଇଛି। ଏହି ପ୍ରୋସେସର ପୂର୍ବରୁ Redmi K30 5G ଏବଂ Oppo Reno 3 Pro 5G ସ୍ମାର୍ଟଫୋନ୍‌ରେ ଦିଆଯାଇଥିଲା।

ସେହିପରି ଏହି ସ୍ମାର୍ଟଫୋନ୍‌ରେ VOOC 4.0 ଫାଷ୍ଟ୍‌ ଚାର୍ଜିଂ ଟେକ୍ନୋଲୋଜି ମଧ୍ୟ ରହିଛି। ବର୍ତ୍ତମାନ ସୁଦ୍ଧା ଏହା ବ୍ୟାଟେରୀ କାପାସିଟି ବିଷୟରେ କୌଣସି ସୂଚନା ମିଳିନାହିଁ। ହେଲେ କମ୍ପାନି ପକ୍ଷରୁ ଦାବି କରାଯାଇଛି କି, ୩୦ ମିନିଟ୍‌ରେ ଏହି ଫୋନ୍‌ ୭୦ ପ୍ରତିଶତ ବ୍ୟାଟେରୀ ଚାର୍ଜ ହେବ। ବର୍ତ୍ତମାନ ସୁଦ୍ଧା ସ୍ମାର୍ଟଫୋନ୍‌ର ଦାମ୍‌ ବିଷୟରେ କୌଣସି ସୂଚନା ମିଳିପାରିନାହିଁ।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment